ମାଓବାଦୀଙ୍କୁ ହତ୍ୟା ଅଭିଯୋଗ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅନ୍ତର୍ଗତ କାଣ୍ଟି ପାହାଡ଼ରୁ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଟି. ଅନୀଲ କୁମାର ଓରଫ ଚନ୍ଦୁ। ସେ ଆନ୍ଧ୍ରପ୍ରଦେଶର ଲୋକ। ୨୦୧୪ରେ କୋରାପୁଟ ପୋଲିସ୍ ଦ୍ୱାରା ଗିରଫ ହେବା ପରେ ସେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଜାମିନରେ ଖଲାସ ହେବା ପରେ ସେ ବର୍ଷେ ହେଲା କୋରାପୁଟରେ ରହି ଆସୁଥିଲେ। ଏହି ସମୟରେ ସେ ପୋଲିସ୍‌କୁ ମଧ୍ୟ ସହାୟତା […]

mao

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 12:38 PM IST

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅନ୍ତର୍ଗତ କାଣ୍ଟି ପାହାଡ଼ରୁ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଟି. ଅନୀଲ କୁମାର ଓରଫ ଚନ୍ଦୁ। ସେ ଆନ୍ଧ୍ରପ୍ରଦେଶର ଲୋକ।

୨୦୧୪ରେ କୋରାପୁଟ ପୋଲିସ୍ ଦ୍ୱାରା ଗିରଫ ହେବା ପରେ ସେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଜାମିନରେ ଖଲାସ ହେବା ପରେ ସେ ବର୍ଷେ ହେଲା କୋରାପୁଟରେ ରହି ଆସୁଥିଲେ। ଏହି ସମୟରେ ସେ ପୋଲିସ୍‌କୁ ମଧ୍ୟ ସହାୟତା କରୁଥିଲେ। ଏହା ପରେ ମାଓବାଦୀଙ୍କ ତରଫରୁ ତାଙ୍କୁ ଦୁଇ ଦୁଇ ଥର ଚିଠି ମାଧ୍ୟମରେ ଧମକ ଦିଆଯାଇଥିଲା।

ଗତକାଲି ସନ୍ଧ୍ୟାରେ ଅନୀଲକୁ କିଏ ହତ୍ୟା କରିଥିବା ନେଇ ଖବର ପାଇବା ପରେ ପୋଲିସ୍ କାଣ୍ଟି ପାହାଡ଼ରେ ପହଞ୍ଚିଥିଲା। କିଏ ଓ କାହିଁକି ତାକୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇପାରିନାହିଁ।

Related story