କୁଶେଇ ସେତୁ ନିର୍ମାଣ ପ୍ରସଙ୍ଗ: ଆଉ ୫ ଖଣ୍ଡ ଗାଁକୁ ବ୍ୟାପିଲା ଆନ୍ଦୋଳନ

କେନ୍ଦୁଝର: କୁଶେଇ ସେତୁ ନିର୍ମାଣକୁ ନେଇ କେନ୍ଦୁଝର ଜିଲ୍ଲା ବେଲବାହାଳିରେ ଲାଗି ରହିଥିବା ଅଶାନ୍ତ ସ୍ଥିତି ଯୋଗୁଁ ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି। କୁଶେଇ ସେତୁ ନିର୍ମାଣ ସ୍ଥଳକୁ କେବଳ ବେଲବାହାଳି ଗାଁ ଲୋକେ ନୁହନ୍ତି, ଆଖପାଖର ୫ ଖଣ୍ଡ ଗାଁର ଲୋକେ ବିରୋଧ କରୁଛନ୍ତି। ଏହାକୁ ନେଇ ଆଜି ଅନ୍ୟ ୫ଟି ଗାଁରେ ଦେଖିବାକୁ ମିଳିଥିଲା ବିରୋଧର ସ୍ୱର। ବେଲବାହାଳି ଗ୍ରାମବାସୀ ଚଳାଇଥିବା ଆନ୍ଦୋଳନ ଆଜି ହରିଡାପାଳ, ମଙ୍ଗଳପୁର, ଟୋଲ ସାହି, ପାଇକଟରା ଓ ଡିହସାହି […]

belabahali

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 09:05 PM IST

କେନ୍ଦୁଝର: କୁଶେଇ ସେତୁ ନିର୍ମାଣକୁ ନେଇ କେନ୍ଦୁଝର ଜିଲ୍ଲା ବେଲବାହାଳିରେ ଲାଗି ରହିଥିବା ଅଶାନ୍ତ ସ୍ଥିତି ଯୋଗୁଁ ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି। କୁଶେଇ ସେତୁ ନିର୍ମାଣ ସ୍ଥଳକୁ କେବଳ ବେଲବାହାଳି ଗାଁ ଲୋକେ ନୁହନ୍ତି, ଆଖପାଖର ୫ ଖଣ୍ଡ ଗାଁର ଲୋକେ ବିରୋଧ କରୁଛନ୍ତି। ଏହାକୁ ନେଇ ଆଜି ଅନ୍ୟ ୫ଟି ଗାଁରେ ଦେଖିବାକୁ ମିଳିଥିଲା ବିରୋଧର ସ୍ୱର।

ବେଲବାହାଳି ଗ୍ରାମବାସୀ ଚଳାଇଥିବା ଆନ୍ଦୋଳନ ଆଜି ହରିଡାପାଳ, ମଙ୍ଗଳପୁର, ଟୋଲ ସାହି, ପାଇକଟରା ଓ ଡିହସାହି ଗାଁକୁ ବ୍ୟାପିଛି। ଏହି ଗ୍ରାମ ଗୁଡିକର ଲୋକେ କୁସେଇ ସେତୁ ସ୍ଥାନ ପରିବର୍ତ୍ତନ ଦାବିରେ ଏକାଠି ହୋଇଛନ୍ତି।

ପଶ୍ଚିମାଞ୍ଚ ଆଇଜି ଆରକେ ଶର୍ମାଙ୍କ ଗସ୍ତ ପରେ ବେଲବାହାଳି ଅଞ୍ଚଳରେ ଆଜି ପୋଲିସର ନାକାବନ୍ଦୀ ବଢିଛି। ଆନ୍ଦୋଳନକାରୀଙ୍କୁ ଗିରଫ କରିବାକୁ ପୋଲିସ ସବୁ ପ୍ରକାର ଚେଷ୍ଟା ଚଳାଇଛି। ସ୍ଥିତି ଅଶାନ୍ତ ହେବା ପରେ ଗାଁ ଭିତରେ ସବୁବେଳେ ରହୁଥିବା ବେଲବାହାଳିର କିଛି ଲୋକ ଆଜି ବଜାରକୁ ଆସିଥିବା ଦେଖିବାକୁ ମିଳିଥିଲା। ଅଞ୍ଚଳରେ କିଛି ଦୋକାନ ବଜାର ମଧ୍ୟ ଆଜି ଖୋଲିଛି। ସ୍କୁଲ ଖୋଲା ଥିଲେ ମଧ୍ୟ କେହି ଛାତ୍ରଛାତ୍ରୀ ଆସି ନ ଥିଲେ। ସ୍କୁଲରେ କେବଳ ଶିକ୍ଷକଙ୍କୁ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କ ବିରୋଧରେ କଡା ପଦକ୍ଷେପ ନିଆଯାଉଥିବା କେନ୍ଦୁଝର ଜିଲ୍ଲାପାଳ ଏନ୍‌. ତିରୁମାଲ୍ଲା ନାୟକ କହିଛନ୍ତି। ସେ କହିଛନ୍ତି, “କାମ ଦୁଇଦିନ ହେଲା ବନ୍ଦ ରହିଛି। ୨୦୦ ଲୋକଙ୍କ ନାଁରେ ମାମଲା ରହିଛି। ସମସ୍ତଙ୍କୁ ଗିରଫ କରାଯିବ।”

Related story