ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡିରେ ବନ୍ୟା: ହାତୀନଦୀ ପୋଲ ଉପରେ ୫ ଫୁଟ ପାଣି, କଲମପୁର ବ୍ଲକର ୫ଟି ଗାଁ ପାଣି ଘେରରେ

କଳାହାଣ୍ଡି/ପାରଳାଖେମୁଣ୍ଡି/ନବରଙ୍ଗପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଳାହାଣ୍ଡିର ଲାଇଫଲାଇନ୍ କୁହାଯାଉଥିବା ଜାତୀୟ ରାଜପଥ ୨୬ର ଜୁନାଗଡ଼ ହାତୀନଦୀ ପୋଲ  ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଗତ ରାତିଠୁ ଲଗାଣ ବର୍ଷା ଜାରି ରହିଥିବାରୁ ବିଶେଷ କରି କୋକସରା, ଧର୍ମଗଡ଼ ଏବଂ ଜୁନାଗଡ଼ ବ୍ଲକର ବିଭିନ୍ନ ଗାଁକୁ ପାଣି ପଶି ଯାଇଛି। ତା’ସହ ଏକର ଏକର ଫସଲ ନଷ୍ଟ ହୋଇଯାଇଛି। କୋକସରା ବ୍ଲକ ରଜାମୁଣ୍ଡ […]

kalahandi

kalahandi

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 07:23 AM IST

Sports

Latest News

କଳାହାଣ୍ଡି/ପାରଳାଖେମୁଣ୍ଡି/ନବରଙ୍ଗପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଳାହାଣ୍ଡିର ଲାଇଫଲାଇନ୍ କୁହାଯାଉଥିବା ଜାତୀୟ ରାଜପଥ ୨୬ର ଜୁନାଗଡ଼ ହାତୀନଦୀ ପୋଲ  ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଗତ ରାତିଠୁ ଲଗାଣ ବର୍ଷା ଜାରି ରହିଥିବାରୁ ବିଶେଷ କରି କୋକସରା, ଧର୍ମଗଡ଼ ଏବଂ ଜୁନାଗଡ଼ ବ୍ଲକର ବିଭିନ୍ନ ଗାଁକୁ ପାଣି ପଶି ଯାଇଛି। ତା'ସହ ଏକର ଏକର ଫସଲ ନଷ୍ଟ ହୋଇଯାଇଛି। କୋକସରା ବ୍ଲକ ରଜାମୁଣ୍ଡ ଡ୍ୟାମ୍ ଭାଙ୍ଗିଯାଇ ପ୍ରାୟ ୫ଶହ ଏକର ଚାଷଜମି ନଷ୍ଟ ହୋଇଯାଇଥିବା ବେଳେ ତଲାଗାଁ ଏବଂ କଛାରପଡ଼ାରେ ଘରେ ଘରେ ପାଣି ପଶି ଯାଇଛି। ଲୋକଙ୍କୁ ସ୍ଥାନୀୟ ସ୍କୁଲ ଗୁଡ଼ିକରେ ରଖାଯାଇଛି। ସେହିପରି ଧର୍ମଗଡ଼ ଏବଂ ଜୁନାଗଡ଼ ମଝିରେ ଥିବା ହାଲେର ଯୋରରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଗମନାଗମନ ପ୍ରଭାବିତ ହୋଇଛି। ଚିଲଗୁଡ଼ା ସ୍ଥିତ ମୁଣ୍ଡ୍ରା ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ କୋକସରା-ଜୁନାଗଡ଼କୁ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି। କଲମପୁର ବ୍ଲକର ୫ଟି ଗାଁର ପାଣି ଘେରରେ ରହିଛି। ବିରିପୁର, ମାଟିଖାଲ, ଜାମ୍ପଡ଼ା, ବାଲିଛଡ଼ା ଏବଂ କର୍ମେଲି ଗାଁରେ ପାଣି ପଶିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଏସବୁ ଗାଁରେ ପହଞ୍ଚି ବିପନ୍ନଙ୍କୁ ଉଦ୍ଧାର କରିଛି। କଲମପୁର ସ୍କୁଲରେ ପ୍ରାୟ ୨୦୦୦ ଲୋକ ଆଶ୍ରୟ ନେଇଛନ୍ତି।

ସେହିପରି ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବଂଶଧାରା ସମେତ ଛୋଟବଡ଼ ନଦୀ ଫୁଲିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ କାଶୀନଗରରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି। କାଶୀନଗରଠାରେ ସତର୍କ ସଂକେତ ୫୩.୬ ମିଟର ଥିବା ବେଳେ ଆଜି ସକାଳେ ଏଠାରେ ଜଳସ୍ତର ୫୪ ମିଟରକୁ ବୃଦ୍ଧି ପାଇଛି। ସେହିପରି ନବରଙ୍ଗପୁର ଜିଲ୍ଲାର ଉମରରକୋଟ ଅଞ୍ଚଳର ଡାବୁଗାଁ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଉମରକୋଟ-ଜୟପୁର ରାସ୍ତାରେ ଚଳାଚଳ ପ୍ରଭାବିତ ହୋଇଛି। ପାରୁଆ ପୋଲ ଉପରେ ପାଣି ଚାଲୁଥିବାରୁ ରାଇଘର-ଉମରକୋଟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story