ଭୂଷଣକୁ କିଣିବ ମିତ୍ତଲ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡିଳୀରେ କ୍ଷତିରେ ଚାଲୁଥିବା ଭୂଷଣ ଷ୍ଟିଲ କମ୍ପାନୀକୁ କିଣିବା ପାଇଁ ଆର୍ସେଲର ମିତ୍ତଲ ଯୋଜନା କରିଛନ୍ତି। ଏନେଇ ଖବର ଏକ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହା ପରେ ଭୂଷଣ ଷ୍ଟିଲ ସେୟାର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଭୂଷଣ ଷ୍ଟିଲ ଭାରତୀୟ ରିଜର୍ଭ ବ୍ୟାଙ୍କର ଦେବାଳିଆ କମ୍ପାନୀ ତାଲିକାରେ ରହିଛି। ବିଭିନ୍ନ ଜାତୀୟକରଣ ବ୍ୟାଙ୍କଠାରୁ କମ୍ପାନୀ ୪୨,୦୦୦ କୋଟିରୁ ଅଧିକ ଋଣ ନେଇଛି। ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ […]

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 10:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡିଳୀରେ କ୍ଷତିରେ ଚାଲୁଥିବା ଭୂଷଣ ଷ୍ଟିଲ କମ୍ପାନୀକୁ କିଣିବା ପାଇଁ ଆର୍ସେଲର ମିତ୍ତଲ ଯୋଜନା କରିଛନ୍ତି। ଏନେଇ ଖବର ଏକ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହା ପରେ ଭୂଷଣ ଷ୍ଟିଲ ସେୟାର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଭୂଷଣ ଷ୍ଟିଲ ଭାରତୀୟ ରିଜର୍ଭ ବ୍ୟାଙ୍କର ଦେବାଳିଆ କମ୍ପାନୀ ତାଲିକାରେ ରହିଛି। ବିଭିନ୍ନ ଜାତୀୟକରଣ ବ୍ୟାଙ୍କଠାରୁ କମ୍ପାନୀ ୪୨,୦୦୦ କୋଟିରୁ ଅଧିକ ଋଣ ନେଇଛି।

ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଲକ୍ଷ୍ମୀନାରାୟଣ ମିତ୍ତଲଙ୍କ ଆର୍ସେଲର ମିତ୍ତଲ କମ୍ପାନୀ ୨୦୦୬ ମସିହାରେ ରାଜ୍ୟ ସରକାରଙ୍କ ସହ ବୁଝାମଣା କରିଥିଲା। ମଂଜୁରୀ ମିଳିବାରେ ବିଳମ୍ବ ହେତୁ କମ୍ପାନୀ ଓଡ଼ିଶା ପ୍ରକଳ୍ପରୁ ଓହରି ଯାଇଥିଲା। ତେବେ ଭୂଷଣକୁ କିଣିବା ଯୋଜନା ନେଇ ଆର୍ସେଲର-ମିତ୍ତଲର ପ୍ରତିକ୍ରିୟା ମିଳିପାରିନାହିଁ।

Related story