ଲାଲବାହିନୀ ଟାର୍ଗେଟରେ ପୂର୍ବ ସହଯୋଗୀ: ମାଲକାନଗିରିରେ ୪ ଦିନରେ ମାଓ ସଂଗଠନ ଛାଡ଼ିଥିବା ୩ ଜଣଙ୍କୁ ହତ୍ୟା

ମାଲକାନଗିରି: ଲାଲବାହିନୀର ଟାର୍ଗେଟରେ ଏବେ ସେମାନଙ୍କ ପୂର୍ବ ସହଯୋଗୀ। ଯେଉଁମାନେ ଦିନେ ସେମାନଙ୍କ ସାଥୀ ଥିଲେ ଆଜି ସେମାନେ ମାଓବାଦୀଙ୍କ ଶତ୍ରୁ। ମାଲକାନଗିରିରେ ଗଲା ୪ ଦିନରେ ୩ ଜଣଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ଏମାନେ ଲାଲଗଡ଼ ଛାଡ଼ି ଆତ୍ମସମର୍ପଣ କରିଥିଲେ। ଗତ ୪ ଦିନରେ କାନ୍ନାଗୁଡା ଓ ମୁଣ୍ଡାଗୁଡାରୁ ୪ ଜଣଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ଏମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ […]

maoist

Rakesh Mallick
  • Published: Tuesday, 20 October 2015
  • , Updated: 20 October 2015, 03:06 PM IST

ମାଲକାନଗିରି: ଲାଲବାହିନୀର ଟାର୍ଗେଟରେ ଏବେ ସେମାନଙ୍କ ପୂର୍ବ ସହଯୋଗୀ। ଯେଉଁମାନେ ଦିନେ ସେମାନଙ୍କ ସାଥୀ ଥିଲେ ଆଜି ସେମାନେ ମାଓବାଦୀଙ୍କ ଶତ୍ରୁ। ମାଲକାନଗିରିରେ ଗଲା ୪ ଦିନରେ ୩ ଜଣଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ଏମାନେ ଲାଲଗଡ଼ ଛାଡ଼ି ଆତ୍ମସମର୍ପଣ କରିଥିଲେ।

ଗତ ୪ ଦିନରେ କାନ୍ନାଗୁଡା ଓ ମୁଣ୍ଡାଗୁଡାରୁ ୪ ଜଣଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ଏମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ। ୨୦୧୩ରେ ଏଇ ୩ ଜଣ ମାଓକ୍ୟାମ୍ପ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସରେଣ୍ଡରକୁ ବିରୋଧ କରି ଏମାନଙ୍କୁ ହତ୍ୟା କରାଯାଇଥିବା ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଗତବର୍ଷ ୪୧ ଜଣ ହାର୍ଡକୋର ମାଓବାଦୀ ସରେଣ୍ଡର କରିଥିବା ବେଳେ ୨ ମାସ ମଧ୍ୟରେ ପ୍ରାୟ ହଜାରେରୁ ଅଧିକ ମାଓ ସମର୍ଥକ ସେମାନଙ୍କ ହାତ ଛାଡିଛନ୍ତି। ଗତ ୨ ମାସରେ ପ୍ରାୟ ୧ ହଜାରରୁ ମାଓ ସମର୍ଥକଙ୍କ ଆତ୍ମସମର୍ପଣ ମାଓବାଦୀଙ୍କୁ ଛାନିଆ କରିଛି। ପୋଲିସ କହୁଛି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ପାଇଁ ମାଓବାଦୀମାନେ ଏଭଳି କାଣ୍ଡ ଭିଆଉଛନ୍ତି।

ଗୋଟିଏ ପଟେ ଲାଲଗଡ଼ ଦୁର୍ବଳ ହେଉଥିବା ବେଳେ ଏପଟେ ଆତ୍ମସମର୍ପଣ କରୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ମାଓବାଦୀ। ଏବେ ଆତ୍ମସମର୍ପଣକାରୀଙ୍କ ଭିତରେ ଭୟ ବଢୁଥିବା ବେଳେ ସେମାନଙ୍କ ସୁରକ୍ଷା ପୋଲିସ୍ ପାଇଁ ଚ୍ୟାଲେଞ୍ଜ୍ ହୋଇଛି। ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

Related story