ସାବଧାନ ! ଲେମ୍ବୁପାଣି ପିଇବା ଦ୍ୱାରା ପଡ଼ି ପାରନ୍ତି ସମସ୍ୟାରେ

ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ହିତକର। ଲେମ୍ବୁରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରର ହାନିକାରକ ତତ୍ତ୍ୱ ବାହାରି ଯିବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ। ହେଲେ ସବୁ ବେଳେ ଲେମ୍ବୁପାଣି ପିଇବା ଭଲ ନୁହେଁ। ଏମିତି କିଛି ଶାରୀରିକ ସମସ୍ୟାରେ ପୀଡିତ ଥିଲେ ଲେମ୍ବୁପାଣି ପିଇବାକୁ ମନା କରାଯାଇଥାଏ। କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଆହୁରି ଖରାପ କରିଦେବ। ୧. ଲେମ୍ବୁପାଣି ପିଇବା ଦ୍ୱାରା […]

lemon-juice copy

Rakesh Mallick
  • Published: Wednesday, 03 January 2018
  • , Updated: 03 January 2018, 01:34 PM IST

ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ହିତକର। ଲେମ୍ବୁରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରର ହାନିକାରକ ତତ୍ତ୍ୱ ବାହାରି ଯିବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ। ହେଲେ ସବୁ ବେଳେ ଲେମ୍ବୁପାଣି ପିଇବା ଭଲ ନୁହେଁ। ଏମିତି କିଛି ଶାରୀରିକ ସମସ୍ୟାରେ ପୀଡିତ ଥିଲେ ଲେମ୍ବୁପାଣି ପିଇବାକୁ ମନା କରାଯାଇଥାଏ। କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଆହୁରି ଖରାପ କରିଦେବ।

୧. ଲେମ୍ବୁପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ। ଯେଉଁ କାରଣରୁ ଶରୀରରୁ କ୍ୟାଲସିୟମ୍‌ ପରିସ୍ରା ସହ ବାହାରି ଯାଇଥାଏ। ତେଣୁ ହାଡ ସହ ଜଡିତ କୌଣସି ରୋଗରେ ପୀଡିତ ଥିଲେ ଲେମ୍ବୁପାଣି ପିଅନ୍ତୁ ନାହିଁ। ଅବସ୍ଥା ଅଧିକ ଖରାପ ହୋଇଯିବ।

୨. ଗ୍ୟାସ୍‌ ସମସ୍ୟା ଥିଲେ, ଲେମ୍ବୁପାଣି ପିଅନ୍ତୁ ନାହିଁ। ଲେମ୍ବୁରେ ଏସିଡ୍‌ର ପରିମାଣ ଅଧିକ ପରିମାଣରେ ଥିବାରୁ ଏହା ସମସ୍ୟା ଆହୁରି ବଢ଼ାଇ ଦେଇଥାଏ।

୩. ଅଲ୍‌ସର୍‌ ସମସ୍ୟା ଥିଲେ ଲେମ୍ବୁ ଖାଆନ୍ତୁ ନାହିଁ।

୪. ପରିସ୍ରା ଜନିତ ବେମାର ଥିଲେ ଲେମ୍ବୁପାଣିଠାରୁ ଦୂରେଇ ରୁହନ୍ତୁ।

୫. ଲେମ୍ବୁ ଦାନ୍ତର ଇନେମଲକୁ ଖରାପ କରିଥାଏ। ତେଣୁ ଏହା ଦାନ୍ତକୁ ଖରାପ କରିଦେବାର ସମ୍ଭାବନା ରହିଛି।

Related story