ଆଲୋକ ଓ ଶବ୍ଦର ତରଙ୍ଗରେ ଦର୍ଶକ ଜାଣିଲେ ଧରମାର କାହାଣୀ

କୋଣାର୍କ: ଦୀର୍ଘ ୨୫ବର୍ଷର ପରିକଳ୍ପନା ପରେ ଶେଷରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଗତକାଲି ଉଦ୍‌ଘାଟିତ ହୋଇଛି ‘ଲାଇଟ୍ ଆଣ୍ଡ ସାଉଣ୍ଡ’ ବ୍ୟବସ୍ଥା। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଆଇଟିଡିସିର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ‘ଲାଇଟ୍ ଆଣ୍ଡ ସାଉଣ୍ଡ’ ବ୍ୟବସ୍ଥାରେ ୮ଟି ହାଇ ଡେଫିନିସନ୍ ଲେଜର ପ୍ରୋଜେକ୍ଟର ସ୍ଥାପନ କରାଯାଇଛି। ଏକକାଳୀନ ୨୫୦ଜଣ ପର୍ଯ୍ୟଟକ ପ୍ରାୟ ୩ଟି […]

Rakesh Mallick
  • Published: Sunday, 10 September 2017
  • , Updated: 10 September 2017, 03:48 PM IST

କୋଣାର୍କ: ଦୀର୍ଘ ୨୫ବର୍ଷର ପରିକଳ୍ପନା ପରେ ଶେଷରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଗତକାଲି ଉଦ୍‌ଘାଟିତ ହୋଇଛି ‘ଲାଇଟ୍ ଆଣ୍ଡ ସାଉଣ୍ଡ’ ବ୍ୟବସ୍ଥା। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଆଇଟିଡିସିର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ଏହି ‘ଲାଇଟ୍ ଆଣ୍ଡ ସାଉଣ୍ଡ’ ବ୍ୟବସ୍ଥାରେ ୮ଟି ହାଇ ଡେଫିନିସନ୍ ଲେଜର ପ୍ରୋଜେକ୍ଟର ସ୍ଥାପନ କରାଯାଇଛି। ଏକକାଳୀନ ୨୫୦ଜଣ ପର୍ଯ୍ୟଟକ ପ୍ରାୟ ୩ଟି ଭାଷାରେ ୱାଇ ଫାଇ ଇୟର ଫୋନ୍ ମାଧ୍ୟମରେ ଶବ୍ଦର ମଜା ନେଇପାରିବେ। ପ୍ରତିଦିନ ଏହି ଶୋ ୧ ଘଣ୍ଟା ହେବ।  ଏଥିରେ ଐତିହାସିକ କଥାବସ୍ତୁ ଶାମ୍ବ ଉପାଖ୍ୟାନ, ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ମନ୍ଦିର ନିର୍ମାଣର କାରଣ, ମନ୍ଦିର ନିର୍ମାଣର ଶୈଳୀ ଓ ମନ୍ଦିର ପତନର କାରଣ ସଂପର୍କରେ ଜାଣି ହେବ। ଓଡିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଏହାକୁ ଶୁଣି ହେବ।  ଓଡ଼ିଆ ଭାଷାରେ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱର ରହିଥିବାବେଳେ, ହିନ୍ଦୀରେ ଶେଖର ସୁମନ ଏବଂ ଇଂରାଜୀରେ କବୀର ବେଦିଙ୍କ ସ୍ୱର ରହିଛି। ଭାରତୀୟ ପର୍ଯ୍ୟଟଙ୍କ ପାଇଁ ଏହାର ମୂଲ୍ୟ ୫୦ ଟଙ୍କା ରହିଛି।  ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୫୦୦ଟଙ୍କା ରଖାଯାଇଛି।

ଏହି ପ୍ରକଳ୍ପ  ପାଇଁ ୨୦୧୪ରେ ରାଜ୍ୟ ସରକାର, ପ୍ରତ୍ନତତ୍ତ୍ୱ ବିଭାଗ, ଆଇଟିଡିସି ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପ ପାଇଁ ଆଇଟିଡିସିକୁ ୪ କୋଟି ୫୬ ଲକ୍ଷ ଟଙ୍କା ଦେଇଥିବା ବେଳେ ଆଇଟିଡିସି ୧ କୋଟି ଟଙ୍କା ଖର୍ଚ୍ଚ କରିଛି।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related story