ବିନା ଡାଇଟିଂରେ ଦୂରହେବ ମୋଟାପଣ, ଆପଣାନ୍ତୁ ଉପାୟ

ନିଜକୁ ଫିଟ୍ ରଖିବାକୁ ଲୋକେ ବିଭିନ୍ନ ପ୍ରକାର ଯୋଗ ଓ ବ୍ୟାୟାମ କରିଥାନ୍ତି।  କିଏ ଜିମ୍ ଯାଇ ଓଜନ ହ୍ରାସ କରେ ତ ଆଉ କିଏ ଡାଇଟିଂ କରିଥାନ୍ତି। ହେଲେ ଯେତେ ଯାହା କଲେ ବି ମେଦବହୁଳତାରୁ ମୁକ୍ତି ପାଉନାହାଁନ୍ତି। ଯଦି ଏପରି ସମସ୍ୟାରେ ପଡ଼ିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ୫ଟି ଉପାୟ କହିବୁ ଯାହା ମେଦବହୁଳତା ଦୂର କରିବା ସହ ଅଣ୍ଟାରୁ ଚର୍ବି କମାଇ ଦେବ। -ସକାଳେ ଉଠି ୧୦ରୁ […]

fat

fat

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 10:43 AM IST

Sports

Latest News

ନିଜକୁ ଫିଟ୍ ରଖିବାକୁ ଲୋକେ ବିଭିନ୍ନ ପ୍ରକାର ଯୋଗ ଓ ବ୍ୟାୟାମ କରିଥାନ୍ତି।  କିଏ ଜିମ୍ ଯାଇ ଓଜନ ହ୍ରାସ କରେ ତ ଆଉ କିଏ ଡାଇଟିଂ କରିଥାନ୍ତି। ହେଲେ ଯେତେ ଯାହା କଲେ ବି ମେଦବହୁଳତାରୁ ମୁକ୍ତି ପାଉନାହାଁନ୍ତି। ଯଦି ଏପରି ସମସ୍ୟାରେ ପଡ଼ିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ୫ଟି ଉପାୟ କହିବୁ ଯାହା ମେଦବହୁଳତା ଦୂର କରିବା ସହ ଅଣ୍ଟାରୁ ଚର୍ବି କମାଇ ଦେବ।

-ସକାଳେ ଉଠି ୧୦ରୁ ୩୦ ମିନିଟ୍ ଚାଲନ୍ତୁ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ। ଗବେଷକଙ୍କ ମତରେ  ସୂର୍ଯ୍ୟରୁ ମିଳୁଥିବା ଭିଟାମିନ୍‌ ‘ଡି’ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।

-ସକାଳ ଜଳଖିଆ ନ କରିବା ଦ୍ୱାରା ଓଜନ ନିୟନ୍ତ୍ରିତ ରହିଥାଏ ବୋଲି ସମସ୍ତଙ୍କ ଧାରଣା ରହିଛି। ହେଲେ ସକାଳ ଜଳଖିଆ ଶରୀର ପାଇଁ ନିହାତି ଜରୁରୀ। ତେଣୁ ଏଥିରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଗ୍ରୀନ ଟି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଓଜନ ନିୟନ୍ତ୍ରିତ ରଖିବା ପାଇଁ ରାତିରେ ୭ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ।

-ଗବେଷକଙ୍କ ମତରେ  ଥଣ୍ଡା ପାଣିରେ ସ୍ନାନ କଲେ  ଓଜନ କମିଥାଏ। ତେଣୁ ଦିନରେ ଗୋଟିଏ ଥର ଥଣ୍ଡା ପାଣିରେ ଗାଧାନ୍ତୁ। ସେହିପରି ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ଲୁଣ ପକାଇ ଗାଧୋଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

-ଯଦି ଅଫିସ୍‌ କିମ୍ୱା କୌଣସି ମଲ୍‌କୁ ଯାଉଛନ୍ତି, ଲିଫ୍ଟ ବ୍ୟବହାର ଏତେ ନ କରି ସିଢିରେ ଯିବାକୁ ଅଭ୍ୟାସ କରନ୍ତୁ।

-ଦ୍ୱିପ୍ରହର ସମୟରେ ପ୍ରଚୁର ମ୍ୟାଗନେସିୟମ ଯୁକ୍ତ ଖାଦ୍ୟ ଖାଅନ୍ତୁ। ଏହାସହ ସବୁଜ ପରିବା ଓ ମାଛ ମଧ୍ୟ ସାମିଲ କରିପାରିବେ। ଖାଦ୍ୟ ଖାଇବାର ୩ରୁ ୪ ଘଣ୍ଟା ପରେ ଯଦି ଆପଣଙ୍କୁ ଭୋକ ଲାଗୁଛି, ସ୍ନାକ୍‌ ଜିନିଷ ବଦଳରେ ଟାଇଟ୍‌ରେ ସୁପ୍‌ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos