ଆଲ୍ଲାଉଦ୍ଦିନଙ୍କ ରାଜବଂଶର ଭୟଙ୍କର ପ୍ରେମ କାହାଣୀ: ଝିଅ ପାଇଁ ଲାଗିଥିଲା ଯୁଦ୍ଧ, ପ୍ରେମିକ ବଦଳରେ ଆସିଲା...

ନୂଆଦିଲ୍ଲୀ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ଲାଗିଛି। ଏହି ଫିଲ୍ମରେ ଇତିହାସକୁ କଦର୍ଯ୍ୟ କରି ଉପସ୍ଥାପନା କରାଯାଇଥିବା ଅଭିଯୋଗରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ପଦ୍ମାବଦୀଙ୍କ ଚରିତ୍ର ସଂହାର କରାଯାଇ ଆଲ୍ଲାଉଦ୍ଦିନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଏଥିରେ ଦର୍ଶାଯାଇଥିବା ଅଭିଯୋଗ ହେଉଛି। ଫିଲ୍ମ ରିଲିଜ୍‌ ଅନିଶ୍ଚିତତା ମଧ୍ୟରେ ରହିଛି। ବିବାଦ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଛି। ହେଲେ ଆମେ ଆଜି ପଦ୍ମାବତୀ ସମ୍ପର୍କରେ କିଛି କହୁନାହିଁ। ଆମେ କହୁଛୁ ଆଲ୍ଲାଉଦ୍ଦିନ […]

Battle

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 02:04 PM IST

ନୂଆଦିଲ୍ଲୀ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ଲାଗିଛି। ଏହି ଫିଲ୍ମରେ ଇତିହାସକୁ କଦର୍ଯ୍ୟ କରି ଉପସ୍ଥାପନା କରାଯାଇଥିବା ଅଭିଯୋଗରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ପଦ୍ମାବଦୀଙ୍କ ଚରିତ୍ର ସଂହାର କରାଯାଇ ଆଲ୍ଲାଉଦ୍ଦିନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଏଥିରେ ଦର୍ଶାଯାଇଥିବା ଅଭିଯୋଗ ହେଉଛି। ଫିଲ୍ମ ରିଲିଜ୍‌ ଅନିଶ୍ଚିତତା ମଧ୍ୟରେ ରହିଛି। ବିବାଦ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଛି। ହେଲେ ଆମେ ଆଜି ପଦ୍ମାବତୀ ସମ୍ପର୍କରେ କିଛି କହୁନାହିଁ। ଆମେ କହୁଛୁ ଆଲ୍ଲାଉଦ୍ଦିନ ଖିଲିଜଙ୍କ ଝିଅଙ୍କ ସମ୍ପର୍କରେ। ଇଣ୍ଟରନେଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ, ଆଲ୍ଲାଉଦ୍ଦିନଙ୍କ ଏହି ଝିଅଙ୍କ ପ୍ରେମକୁ ନେଇ ଯଦି କୌଣସି ଫିଲ୍ମ ନିର୍ମାଣ କରାଯିବ ବିବାଦ ହେଉ କି ନହେଉ ଫିଲ୍ମ ସୁପରଡୁପର ହିଟ୍‌ ନିଶ୍ଚିତ ହେବ। କାରଣ ଏହି ପ୍ରେମ କାହାଣୀ ଯଦି ସତ ହୋଇଥିବ ଏହା ଯେତିକି ରୋମାଞ୍ଚକର ସେତିକି ଭୟଙ୍କର ମଧ୍ୟ।

ତଥ୍ୟ ଅନୁସାରେ ଆଲ୍ଲାଉଦ୍ଦିନଙ୍କ ଝିଅ ଶେହଜାଦୀ ଫିରୋଜ ଜାଲୌରର ବୀର ରାଜପୁତ ରାଜକୁମାର ବୀରମଦେବଙ୍କୁ ବହୁତ ଭଲ ପାଉଥିଲେ। ସେତେବେଳେ ବୀରମଦେବଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ରାଜକୁମାର କୁସ୍ତିରେ ପାରଙ୍ଗମ ଥିଲେ। ଏଥିପାଇଁ ତାଙ୍କର ବହୁତ ଖାତି ଥିଲା। ଏହାସହ ତାଙ୍କ ବଳିଷ୍ଠ ଶରୀର ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଫିରୋଜଙ୍କୁ ପାଗଳ କରି ଦେଇଥିଲା।

ହେଲେ ବୀରେମଦେବ ଫିରୋଜଙ୍କୁ ପ୍ରେମ କରୁ ନଥିଲେ। ଫିରୋଜଙ୍କ ପ୍ରେମ ଏକତରଫା ଥିଲା। ଝିଅ ବୀରେମଦେବଙ୍କ ପ୍ରେମରେ ପାଗଳ ଜାଣିବା ପରେ ଆଲ୍ଲାଉଦ୍ଦିନ ଚିନ୍ତିତ ହୋଇଯାଇଥିଲେ। ଫିରୋଜ ସଫା ସଫା କହି ଦେଇଥିଲେ ‘ବିବାହ କରିବେ ତ କେବଳ ବୀରମଦେବଙ୍କୁ କରିବେ, ନହେଲେ ସାରା ଜୀବନ କୁଆଁରୀ ରହିବେ’। ଏହାପରେ ଆଲ୍ଲାଉଦ୍ଦିନ ବୀମରଦେବଙ୍କ ପାଖକୁ ବିବାହ ପ୍ରସ୍ତାବ ପଠାଇ ଥିଲେ। ହେଲେ ରାଜକୁମାର ଏହାର ଉତ୍ତର ଯାହା ଦେଇଥିଲେ ତା’ର ପରିଣତି ଅତି ଭୟଙ୍କର ଥିଲା।

ରାଜକୁମାର ତାଙ୍କ ଉତ୍ତରରେ ଲେଖିଥିଲେ, “ଯଦି ମୁଁ ଜଣେ ତୁର୍କୀର ଝିଅକୁ ବିବାହ କରିବି ମୋ ଚୌହ୍ୱାନ କୁଳ ଓ ମାମୁ ଘର ବଂଶ ଲଜ୍ଜିତ ହେବେ। ଏପରି ସେତେବେଳେ ହେବ ଯେତେବେଳେ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେବ।”

ବୀରମଦେବଙ୍କ ଏପରି ଉତ୍ତର ଶୁଣି ଆଲ୍ଲାଉଦ୍ଦିନ କ୍ରୋଧରେ ନିଆଁବାଣ ହୋଇଯାଇଥିଲେ। ଏହାର ପ୍ରତିଶୋଧ ନେବାକୁ ସେ ତୁରନ୍ତ ଯୁଦ୍ଧ ଘୋଷଣା କରିଦେଲେ। ତୁର୍କୀ ସେନା ଗୋଟେ ବର୍ଷ ଜାଲୌର ଦୁର୍ଗକୁ ଘେରି ରହିଲେ। ଯେତେବେଳେ ଯୁଦ୍ଧ ହେଲା, ଦୁର୍ଗରେ ଥିବା ହଜାରେ ରାଣୀ ବିଷ ପିଇ ଆତ୍ମହତ୍ୟା କରିଥିଲେବୀରମଦେବଙ୍କୁ ଯୁଦ୍ଧରେ ବୀରଗତି ପ୍ରାପ୍ତ ହୋଇଥିଲା। ତୁର୍କୀ ସେନା ବୀରମଦେବଙ୍କ ମୁଣ୍ଡକାଟି ଦିଲ୍ଲୀ ନେଇ ଯାଇଥିଲେ। ଯାହାକୁ ଦେଖି ଫିରୋଜ ଭାଙ୍ଗି ପଡିଥିଲେ।

ଏପରି ମଧ୍ୟ କୁହାଯାଏ, ଯେତେବେଳେ ବୀରମଦେବଙ୍କ କଟାମୁଣ୍ଡ ପିରୋଜଙ୍କ ଆଗରେ ରଖାଗଲା, କାଳେ ବୀରମଦେବଙ୍କ ମୁଣ୍ଡ ବି ମୁହଁ ବୁଲାଇ ଦେଇଥିଲା

ପରେ ଫିରୋଜ ବୀରମଦେବଙ୍କ ମୁଣ୍ଡର ଅନ୍ତିମ ସତ୍କାର କରିଥିଲେ। ଏହାପରେ ବିରହ ବେଦନାରେ ଜଳୁଥିବା ପିରୋଜ ଯମୁନା ନଦୀକୁ ଡେଉଁ ପ୍ରାଣତ୍ୟାଗ କରିଥିଲେ

Related story