ସୈନିକମାନଙ୍କୁ ମାଗଣାରେ ଚିକିତ୍ସା କରନ୍ତି ଏହି ଡାକ୍ତର: କ୍ଲିନିକ୍ ବାହାରେ ବୋର୍ଡରେ ଲେଖାଅଛି ଏମିତି କଥା 

ଡାକ୍ତରମାନଙ୍କୁ ଦ୍ୱିତୀୟ ଇଶ୍ୱର କୁହାଯାଏ। କାରଣ ଇଶ୍ୱର ଆମକୁ ଜୀବନ ଦେଉଥିବା ବେଳେ ଡାକ୍ତରମାନେ ଆମ ଜୀବନକୁ ରକ୍ଷା କରନ୍ତି। ହେଲେ ଆଜିକାଲିର ଡାକ୍ତର ମାନଙ୍କ କଥା ଟିକେ ଭିନ୍ନ। ସେମାନେ ରୋଗୀ ଚିକିତ୍ସାକୁ ସେବା ନଭାବି ବ୍ୟବସାୟ ବୋଲି ଭାବିଦେଇଛନ୍ତି। ଅବଶ୍ୟ ଏହା ସବୁ ଡାକ୍ତରଙ୍କ କ୍ଷେତ୍ରରେ ପ୍ରଯୁଯ୍ୟ ନୁହେଁ। ତେବେ କେବେକେବେ ଆପଣମାନେ ଡାକ୍ତରଙ୍କ ଚଞ୍ଚକତା ଅନୁଭବ କରିଥିବେ। କାରଣ ଏକ ସାଧାରଣ ରୋଗର ଚିକିତ୍ସା କରିବା ପାଇଁ ସେମାନେ ମନଇଚ୍ଛା ପଇସା ନିଅନ୍ତି। […]

ajay

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 06:31 PM IST

ଡାକ୍ତରମାନଙ୍କୁ ଦ୍ୱିତୀୟ ଇଶ୍ୱର କୁହାଯାଏ। କାରଣ ଇଶ୍ୱର ଆମକୁ ଜୀବନ ଦେଉଥିବା ବେଳେ ଡାକ୍ତରମାନେ ଆମ ଜୀବନକୁ ରକ୍ଷା କରନ୍ତି। ହେଲେ ଆଜିକାଲିର ଡାକ୍ତର ମାନଙ୍କ କଥା ଟିକେ ଭିନ୍ନ। ସେମାନେ ରୋଗୀ ଚିକିତ୍ସାକୁ ସେବା ନଭାବି ବ୍ୟବସାୟ ବୋଲି ଭାବିଦେଇଛନ୍ତି। ଅବଶ୍ୟ ଏହା ସବୁ ଡାକ୍ତରଙ୍କ କ୍ଷେତ୍ରରେ ପ୍ରଯୁଯ୍ୟ ନୁହେଁ। ତେବେ କେବେକେବେ ଆପଣମାନେ ଡାକ୍ତରଙ୍କ ଚଞ୍ଚକତା ଅନୁଭବ କରିଥିବେ। କାରଣ ଏକ ସାଧାରଣ ରୋଗର ଚିକିତ୍ସା କରିବା ପାଇଁ ସେମାନେ ମନଇଚ୍ଛା ପଇସା ନିଅନ୍ତି। ହେଲେ ଆଜି ଆମେ ଏମିତି ଜଣେ ଡାକ୍ତରଙ୍କ ସହ ଭେଟ କରାଇବୁ ଯିଏ ସତରେ ତାଙ୍କ ବୃତ୍ତିକୁ ସେବା ଭାବିଛନ୍ତି। ସେମିତି ଜଣେ ତାକ୍ତର ହେଉଛନ୍ତି ଲକ୍ଷ୍ନୌର ଅଜୟ ଚୌଧୁରୀ। ଯଦି କେବେ ଆପଣ ତାଙ୍କ କ୍ଲିନିକ୍‌କୁ ଯିବେ ତେବେ ସେଠି ଏକ ପୋଷ୍ଟର ମରାଯାଇଥିବାର ଦେଖିବେ। ଯେଉଁଥିରେ ଲେଖାଅଛି 'ଏଠାରେ ସୈନିକ ମାନଙ୍କୁ ପରାମର୍ଶ ଶୁଳ୍କ ଦେବାର କୌଣସି ଆବଶ୍ୟକତା ନାହିଁ। ଆପଣ ଆମ ଫିସ୍‌ ଦେଶର ସୀମାରେ ଦେଇସାରିଛନ୍ତି। ଦୟାକରି ଆପଣଙ୍କ ଆଇଡି କାର୍ଡ ସାଙ୍ଗରେ ଆଣି ଆସନ୍ତୁ। ଧନ୍ୟବାଦ।'

ଅର୍ଥାତ ନିଜ ବୃତ୍ତିର ପରିଚୟ ପତ୍ର ନେଇ ଆସିଥିବା ସୈନିକ ମାନଙ୍କୁ ଡାକ୍ତର ଅଜୟ ଚୌଧୁରୀ ମାଗଣାରେ ଚିକିତ୍ସା କରନ୍ତି।

ଅଜୟଙ୍କ କହିବା ଅନୁଯାୟୀ 'ଆମକୁ ଘରେ ସୁରକ୍ଷିତ ରଖିବା ପାଇଁ ସେମାନେ ବୋର୍ଡରରେ ନିରନ୍ତର ଭାବେ ପରିଶ୍ରମ କରୁଛନ୍ତି। ଏଥିପାଇଁ  ସେ ତାଙ୍କୁ ଧନ୍ୟବାଦ ଦେଉଛନ୍ତି।' ଡାକ୍ତର ଅଜୟ ମଧ୍ୟ ଜଣେ ସୈନିକ ପରିବାରରୁ ଆସିଛନ୍ତି। ତାଙ୍କ ବାପା ସେନାରେ ଥିଲେ ଏବଂ ତାଙ୍କ ଭାଇ ଭାରତୀୟ ନୌସେନାରେ କମାଣ୍ଡର ଭାବେ କାର୍ଯ୍ୟ କରନ୍ତି। ଅଜୟ ମଧ୍ୟ ଦେଶର ସେବା କରିବାକୁ ଚାହାଁନ୍ତି। ରାଷ୍ଟ୍ରୀୟ ସୁରକ୍ଷା ଏକାଡେମୀରେ ସେ ପରୀକ୍ଷା ମଧ୍ୟ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ସେଥିରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ।

କିନ୍ତୁ ସୁରକ୍ଷାକର୍ମୀଙ୍କ ପାଇଁ ସବୁବେଳେ ତାଙ୍କର କିଛି ଅବଦାନ ରହିବ ବୋଲି ସେ କୁହନ୍ତି। ଦେଶ ପାଇଁ ନିସ୍ୱାର୍ଥପର ଭାବେ କାମ କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ଛୋଟ ଉପହାର ବୋଲି ସେ କହିଛନ୍ତି।

Related story