ଲୁଲୁଙ୍କ ଟାର୍ଗେଟ୍‌ରେ ପୁଣି ସଞ୍ଜୟ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଟାର୍ଗେଟରେ ପୁଣି ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ପ୍ରଥମେ ପାଜେରୋ ଗାଡ଼ି ଓ ତା’ ପରେ ବିଭିନ୍ନ କମ୍ପାନୀକୁ ନେଇ ସଞ୍ଜୟଙ୍କୁ ପକ୍ଷଭୁକ୍ତ କରିବା ପରେ ଏବେ ସଞ୍ଜୟଙ୍କ ନୀଳାଚଳ ବିଲ୍ଡର୍ସ କମ୍ପାନୀ ନାଁରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ଅଭିଯୋଗ ଆଣିଛନ୍ତି ଲୁଲୁ। ସେ କହିଛନ୍ତି, “ତାଙ୍କ (ସଞ୍ଜୟ) ଶାଳକ ଏହି କମ୍ପାନୀର ପ୍ରୋପ୍ରାଇଟର ଅଛନ୍ତି। ନୀଳାଚଳ ବିଲ୍ଡର୍ସ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି […]

lulu

Rakesh Mallick
  • Published: Sunday, 01 May 2016
  • , Updated: 02 May 2016, 04:47 AM IST

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଟାର୍ଗେଟରେ ପୁଣି ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ପ୍ରଥମେ ପାଜେରୋ ଗାଡ଼ି ଓ ତା’ ପରେ ବିଭିନ୍ନ କମ୍ପାନୀକୁ ନେଇ ସଞ୍ଜୟଙ୍କୁ ପକ୍ଷଭୁକ୍ତ କରିବା ପରେ ଏବେ ସଞ୍ଜୟଙ୍କ ନୀଳାଚଳ ବିଲ୍ଡର୍ସ କମ୍ପାନୀ ନାଁରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ଅଭିଯୋଗ ଆଣିଛନ୍ତି ଲୁଲୁ।

ସେ କହିଛନ୍ତି, “ତାଙ୍କ (ସଞ୍ଜୟ) ଶାଳକ ଏହି କମ୍ପାନୀର ପ୍ରୋପ୍ରାଇଟର ଅଛନ୍ତି। ନୀଳାଚଳ ବିଲ୍ଡର୍ସ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ବିଧାନସଭାରେ ସରକାର ଉତ୍ତର ରଖିଛନ୍ତି। ସରକାର ପୂର୍ବରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ଆଉ ଏବେ ବି କିଛି କରିବେ ନାହିଁ।”

ସେ ଆହୁରି କହିଛନ୍ତି, ସେ (ସଞ୍ଜୟ) ବାରିପଦା ଇଂଜିନିୟରିଂ କଲେଜରେ ବୋର୍ଡ ଅଫ୍‌ ଡିରେକ୍ଟରରେ ରହି ମନ୍ତ୍ରୀ କିଭଳି ହେଲେ? ଏହାସହ ବରଗଡ଼ ଜିଲ୍ଲାରେ ଧାନ କିଣା ଦୁର୍ନୀତିରେ ଯୋଗାଣ ବିଭାଗର ସମ୍ପୃକ୍ତି ଅଛି। ଏହି ଦୁଇ ଘଟଣାର ସିବିଆଇ ତଦନ୍ତ କରାଯାଉ।”

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “ନୀଳାଚଳ ବିଲ୍ଡର୍ସ କମ୍ପାନୀ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ ତାଙ୍କ ଉତ୍ତର ରଖି ସାରିଛନ୍ତି। ଯଦି କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ତାହାର ତଦନ୍ତ ହେବ ଓ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବେ ନାହିଁ।”

Related story