ମହାନଦୀ ବିବାଦ: କଟକ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିଜେଡିର ଧାରଣା

କଟକ: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରଙ୍କ ବ୍ୟାରେଜ୍‌ ନିର୍ମାଣକୁ ବିରୋଧ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡିର ବିକ୍ଷୋଭ କରୁଛି। ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଧାରଣା ଦିଆଯାଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀ ଓ ବିଭିନ୍ନ ବ୍ଲକ୍‌ରୁ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଇଥିଲେ। ମହାନଦୀ ଆନ୍ଦୋଳନରେ କଟକର ନେତୃତ୍ୱ ନେଉଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ ମହାନଦୀ ଜଳ ବିବାଦ ନେଇ […]

cuttack

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 06:20 PM IST

କଟକ: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରଙ୍କ ବ୍ୟାରେଜ୍‌ ନିର୍ମାଣକୁ ବିରୋଧ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡିର ବିକ୍ଷୋଭ କରୁଛି। ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଧାରଣା ଦିଆଯାଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀ ଓ ବିଭିନ୍ନ ବ୍ଲକ୍‌ରୁ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଇଥିଲେ।

ମହାନଦୀ ଆନ୍ଦୋଳନରେ କଟକର ନେତୃତ୍ୱ ନେଉଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ ମହାନଦୀ ଜଳ ବିବାଦ ନେଇ ଓଡ଼ିଶାବାସୀଙ୍କ ଗର୍ଜନ ଦିଲ୍ଲୀକୁ ଶୁଣାଗଲାଣି। ଓଡ଼ିଶାର ଜନ ଜୀବନକୁ ନଷ୍ଟ କରିବାକୁ ଯେଉଁ ଷଡଯନ୍ତ୍ର କରାଯାଉଛି। ଏହାକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ। ଛତିଶଗଡ଼ ସରକାର ଆଇନର ଉଲ୍ଲଂଘନ କରିଛନ୍ତି। ସାରା ରାଜ୍ୟରେ ବିରୋଧର ସ୍ୱର ଉଠିବାରେ ଲାଗିଛି, ବିଜୁ ଜନତା ଦଳ କେବଳ ଏହାର ପ୍ରତୀକ।”

Related story