ମହାନଦୀ ବିବାଦ: ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ହେବ ପରବର୍ତ୍ତୀ ଶୁଣାଣି। ଏହି ବିବାଦ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ ଦାୟର ମାମଲାରେ ଆଜି ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ। ସେମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହେର୍ ମଧ୍ୟ ରହିବେ। ଗତ ଜୁଲାଇ ୨୫ ତାରିଖ ଶୁଣାଣିରେ ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ର ସରକାର ନିଜ ନିଜ ପକ୍ଷ ରଖିଥିଲେ। ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା ପ୍ରକଳ୍ପ […]

mahanadi-bridge

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 07:35 AM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ହେବ ପରବର୍ତ୍ତୀ ଶୁଣାଣି। ଏହି ବିବାଦ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ ଦାୟର ମାମଲାରେ ଆଜି ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ। ସେମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହେର୍ ମଧ୍ୟ ରହିବେ।

ଗତ ଜୁଲାଇ ୨୫ ତାରିଖ ଶୁଣାଣିରେ ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ର ସରକାର ନିଜ ନିଜ ପକ୍ଷ ରଖିଥିଲେ। ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା ପ୍ରକଳ୍ପ ଉପରେ ସ୍ଥଗିତାଦେଶ ଏବଂ ତୁରନ୍ତ ଟ୍ରିବୁନାଲ୍ ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡ଼ିଶା ପକ୍ଷରୁ କୁହାଯାଇଥିଲା। ୧୯୫୬ ନଦୀଜଳ ବିବାଦ ଆଇନର ଧାରା-୩ ଅନୁସାରେ ଟ୍ରିବୁନାଲ୍ ଗଠନ ପାଇଁ ରାଜ୍ୟ ସରକାର କେନ୍ଦ୍ର ପାଖରେ ଆବେଦନ କରିଥିଲେ।  ଧାରା-୪ ଅନୁସାରେ ଆବେଦନ ଦାଖଲର ବର୍ଷକ ଭିତରେ ଟ୍ରିବୁନାଲ୍ ଗଠନର ବ୍ୟବସ୍ଥା ରହିଛି।

କିନ୍ତୁ କେନ୍ଦ୍ର ସରକାର ନଦୀ ଜଳ ବିବାଦ ଆଇନରେ ଗୋଟିଏ ଟ୍ରିବୁନାଲ୍ ଗଠନ ଲାଗି ସଂଶୋଧନ ଆଣିବାକୁ ସଂସଦରେ ବିଲ୍ ଉପସ୍ଥାପିତ କରିଛନ୍ତି। ବିଲ୍ ପାସ୍ ହୋଇ ନ ଥିବାରୁ କେନ୍ଦ୍ର ଏଥିପାଇଁ ସମୟ ମାଗିଥିଲା।

Related story