୧୦୧ ବର୍ଷ ପରେ ଏଥର ମହା ଶିବରାତ୍ରୀରେ ପଡ଼ୁଛି ମହା ସଂଯୋଗ,ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ

ଆସନ୍ତା୧୪ ତାରିଖରେ ପଡ଼ୁଛି ପବିତ୍ର ମହା ଶିବରାତ୍ରି। ଏଥର ଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ଧର୍ମ ପଣ୍ଡିତମାନେ କହିବା ଅନୁଯାୟୀ, ୧୦୧ ବର୍ଷ  ପରେ ଏହି ଶିବରାତ୍ରୀରେ ପଡ଼ୁଛି ମହାସଂଯୋଗ। ଯାହାର ଫାଇଦା ବିଶେଷକରି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନପ୍ରାପ୍ତିର ଯୋଗ ରହିଛି ବୋଲି ଜ୍ୟୋତିଷ ବିଶାରଦମାନେ କଳନା କରିଛନ୍ତି। ଏହାସହ ସେମାନଙ୍କ ପାଖରେ ଥିବା ସବୁ ସମସ୍ୟା ଦୂର ହୋଇଯିବ ବୋଲି ସେମାନେ ମତ ଦେଇଛନ୍ତି। […]

CCCCC

CCCCC

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 05:13 PM IST

Sports

Latest News

ଆସନ୍ତା୧୪ ତାରିଖରେ ପଡ଼ୁଛି ପବିତ୍ର ମହା ଶିବରାତ୍ରି। ଏଥର ଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ଧର୍ମ ପଣ୍ଡିତମାନେ କହିବା ଅନୁଯାୟୀ, ୧୦୧ ବର୍ଷ  ପରେ ଏହି ଶିବରାତ୍ରୀରେ ପଡ଼ୁଛି ମହାସଂଯୋଗ। ଯାହାର ଫାଇଦା ବିଶେଷକରି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନପ୍ରାପ୍ତିର ଯୋଗ ରହିଛି ବୋଲି ଜ୍ୟୋତିଷ ବିଶାରଦମାନେ କଳନା କରିଛନ୍ତି। ଏହାସହ ସେମାନଙ୍କ ପାଖରେ ଥିବା ସବୁ ସମସ୍ୟା ଦୂର ହୋଇଯିବ ବୋଲି ସେମାନେ ମତ ଦେଇଛନ୍ତି। ଆସନ୍ତୁ ଜାଣିବା ୫ଟି ରାଶି ସଂପର୍କରେ, ଯାହା ଆପଣଙ୍କୁ ଶୁଭଫଳ ଦେଇପାରେ।

ମେଷ- ଏହି ରାଶିର ବ୍ୟକ୍ତି ପାଇଁ ମହା ଶିବରାତ୍ରୀ ଶୁଭଙ୍କର। ଏହି ରାଶିର ବ୍ୟକ୍ତି ଶିବରାତ୍ରୀ ଦିନ ଗାଈ କ୍ଷୀର ନେଇ ରୁଦ୍ରାଭିଷେକ କରନ୍ତୁ। ମନ ପସନ୍ଦର ଚାକିରି ମିଳିବାର ଆଶା ପୂରଣ ହୋଇପାରେ।

ସିଂହ-ମହାଶିବରାତ୍ରୀରେ ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ଜ୍ୟୋତିଷ ବିଶାରଦଙ୍କ ପରାମର୍ଶ ହେଲା ଏହି ଦିନରେ ସିଂହ ରାଶିର ବ୍ୟକ୍ତି ଧଳା ରଙ୍ଗର ବସ୍ତ୍ର ପୁରୁଷଙ୍କୁ ଦାନ କରନ୍ତୁ।

ତୁଳା- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ଶୁଭଦାୟକ। ଯେଉଁମାନେ ଜାତକ ବିଦ୍ୟା କରନ୍ତି ସେମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ। ତୁଳା ରାଶିର ବ୍ୟକ୍ତି  ଶିବରାତ୍ରୀ ଦିନ ଶିବମନ୍ତ୍ର ଜପ କରନ୍ତୁ।

ମକର- ଏହି ରାଶିର ବ୍ୟକ୍ତିପାଇଁ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି। ମକର ରାଶିର ବ୍ୟକ୍ତି ମହାଶିବରାତ୍ରୀ  ଦିନ ସକାଳୁ ଉଠି କ୍ଷୀରରେ ଶିବଙ୍କୁ ରୁଦ୍ରାଭିଷେକ କରନ୍ତୁ। ଶୀଘ୍ର ସଫଳତା ସମ୍ଭାବନା ରହିଛି।

ମୀନ- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ଶୁଭ। ଏହି ଦିନରେ ସମସ୍ତଙ୍କ ଇଚ୍ଛା ପୂରଣ ହେବ ଓ ମନ ପସନ୍ଦର  ଜୀବନସାଥୀ ମିଳିବାର ଯୋଗ ରହିଛି ବୋଲି ଜ୍ୟୋତିଷ ଗଣନା କହୁଛି।

 

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos