ସମାଗୋଳ ଜେଲ ଫେରିଲେ ମହିମା ମିଶ୍ର

ଭୁବନେଶ୍ୱର: ସିୱେଜ୍‌ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କ ଛାତି ଯନ୍ତ୍ରଣା ଓ ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା ହେବାରୁ ଗତକାଲି କୁଜଙ୍ଗ ଡାକ୍ତର ଚିକିତ୍ସା କରିଥିଲେ। ମାତ୍ର ଉପଷମ ନମିଳିବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିବାରୁ ଆଜି ତାଙ୍କୁ ପୁଣି ସମାଗୋଳ ଜେଲକୁ ଅଣାଯାଇଛି। ତେବେ ତାଙ୍କ ସହଯୋଗୀ […]

mahima-mishra

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 04:29 PM IST

ଭୁବନେଶ୍ୱର: ସିୱେଜ୍‌ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କ ଛାତି ଯନ୍ତ୍ରଣା ଓ ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା ହେବାରୁ ଗତକାଲି କୁଜଙ୍ଗ ଡାକ୍ତର ଚିକିତ୍ସା କରିଥିଲେ। ମାତ୍ର ଉପଷମ ନମିଳିବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିବାରୁ ଆଜି ତାଙ୍କୁ ପୁଣି ସମାଗୋଳ ଜେଲକୁ ଅଣାଯାଇଛି। ତେବେ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଅସୁସ୍ଥତା କାରଣରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କୁ ବଡ଼ ମେଡିକାଲର ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି।

ବ୍ୟାଙ୍କକରୁ ଧରାପଡ଼ିଥିବା ଓଏସ୍‌ଏଲ୍ ମୁଖ୍ୟ ତଥା ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ କୁମାର ବଳଙ୍କୁ ଗତକାଲି କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।

Related story