ମାଖୁନୁ ବାଗ ହତ୍ୟା ମାମଲା: ଫେରାର କନଷ୍ଟେବଲ୍ ଗୀତା ଭୋଇ ଗିରଫ, ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଲା

ସୋନପୁର: ବରଗଡ଼ ଜିଲ୍ଲା ଭେଡେନ୍ ଥାନା ମାଖୁନୁ ବାଗ ହତ୍ୟା ମାମଲାରେ ସୋନପୁର ଜିଲ୍ଲା ଉଲୁଣ୍ଡା ପୋଲିସ୍ ଆଜି ଆଉ ଜଣକୁ ଗିରଫ କରିଛି। ଫେରାର ଥିବା କନଷ୍ଟେବଲ୍ ଗୀତା ଭୋଇଙ୍କୁ ଗିରଫ କରାଯାଇଛି। ତାଙ୍କୁ ବରଗଡ଼ରୁ ଗିରଫ କରାଯାଇଛି। ତାଙ୍କୁ ମିଶାଇ ଏ ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ତେବେ ଝସକେତନ ମହାନନ୍ଦ ନାମକ ଜଣେ ହୋମଗାର୍ଡ ଏବେବି ଫେରାର ରହିଛନ୍ତି। ଏହି ହତ୍ୟାକାଣ୍ଡ ଘଟଣାର ପ୍ରଥମ ଗିରଫଦାରୀ […]

m

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 07:48 AM IST

ସୋନପୁର: ବରଗଡ଼ ଜିଲ୍ଲା ଭେଡେନ୍ ଥାନା ମାଖୁନୁ ବାଗ ହତ୍ୟା ମାମଲାରେ ସୋନପୁର ଜିଲ୍ଲା ଉଲୁଣ୍ଡା ପୋଲିସ୍ ଆଜି ଆଉ ଜଣକୁ ଗିରଫ କରିଛି। ଫେରାର ଥିବା କନଷ୍ଟେବଲ୍ ଗୀତା ଭୋଇଙ୍କୁ ଗିରଫ କରାଯାଇଛି। ତାଙ୍କୁ ବରଗଡ଼ରୁ ଗିରଫ କରାଯାଇଛି। ତାଙ୍କୁ ମିଶାଇ ଏ ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ତେବେ ଝସକେତନ ମହାନନ୍ଦ ନାମକ ଜଣେ ହୋମଗାର୍ଡ ଏବେବି ଫେରାର ରହିଛନ୍ତି।

ଏହି ହତ୍ୟାକାଣ୍ଡ ଘଟଣାର ପ୍ରଥମ ଗିରଫଦାରୀ ହୋଇଥିଲା ଅକ୍ଟୋବର ୨୮ ତାରିଖରେ। ଭେଡେନ୍ ଥାନାର ଏସ୍ଆଇ ସୌମ୍ୟରଞ୍ଜନ ପାତ୍ର ଓ ଏଏସଆଇ ପୀତାମ୍ୱର ବେହେରାଙ୍କୁ ଗିରଫ କରାଯାଇଥିଲା। ତା’ପର ଦିନ ଅର୍ଥାତ ଅକ୍ଟୋବର ୨୯ ତାରିଖରେ ଅନ୍ୟତମ ଅଭିଯୁକ୍ତ ହୋମଗାର୍ଡ ପ୍ରମୋଦ ସାହୁଙ୍କୁ ଗିରଫ କରାଯାଇଥିଲା। ସେହିପରି ଅକ୍ଟୋବର ୩୦ ତାରିଖର ଆଉ ଜଣେ ହୋମଗାର୍ଡ ପ୍ରକାଶ ଦେହୁରୀଙ୍କୁ ଗିରଫ କରିଥିଲା ଉଲୁଣ୍ଡା ପୋଲିସ୍। ନଭେମ୍ବର ୨ ତାରିଖରେ ମାଖୁନୁ ବାଗ୍ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଭେଡେନ ଥାନାର ତତ୍କାଳନୀ ଓଆଇସି ସୁଶୀଲ ନାୟକଙ୍କୁ ଉଲୁଣ୍ଡା ପୋଲିସ ବରଗଡ଼ରୁ ଗିରଫ କରିଥିଲା। ବରଗଡ଼ ଏସପି ଗିରଫ ଓଆଇସି ସୁଶୀଲ ନାୟକ, ଏସଆଇ ସୌମ୍ୟରଞ୍ଜନ ପାତ୍ର, ଏଏସଆଇ ପୀତାମ୍ବା ବେହେରା ଓ କନଷ୍ଟେବଲ୍ ଗୀତା ଭୋଇଙ୍କୁ ପୂର୍ବରୁ ନିଲମ୍ବନ କରି ସାରିଛନ୍ତି।

ସୂଚନାଯୋଗ୍ୟ, ମାଖୁନ ବାଗଙ୍କ ପୁଅ ନାଁରେ ଏକ ଧର୍ଷଣ ମାମଲା ଥିଲା। ସେ ଫେରାର ହୋଇଯାଇଥିଲା। ଏହି ମାମଲାରେ ପଚରାଉଚରା କରିବା ପାଇଁ  ଗତ ଜୁଲାଇ ୧୭ ତାରିଖରେ ଭେଡେନ ଥାନାଧିକାରୀ ଦେକୁଲବା ଗାଁର ମାଖୁନୁଙ୍କୁ ଥାନାକୁ ଡକାଇଥିଲେ।  ତା’ପରଠୁ ମାଖୁନୁ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ମାଖୁନୁଙ୍କ ପତ୍ତା ପାଇ ନ ଥିଲେ। ଘଟଣାର ଦୁଇମାସ ପରେ ସେପ୍ଟେମ୍ୱର ୨୪ ତାରିଖରେ ସୋନପୁର ଜିଲ୍ଲା ମେଟାକାନି ଜଙ୍ଗଲରୁ ଏକ କଙ୍କାଳ ମିଳିଥିଲା। ଏହା ପରେ ମାଖୁନୁଙ୍କ ପୁଅ ବିଜୁ ଉଲୁଣ୍ଡା ଥାନାରେ ଏକ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ତାଙ୍କ ବାପାଙ୍କୁ ଭେଡେନ ପୋଲିସ ହତ୍ୟା କରି ମେଟକାନି ଜଙ୍ଗଲରେ ଫୋପାଡି ଦେଇଛି। ଅଭିଯୋଗ ପାଇବା ପରେ ଉଲୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା। କଙ୍କାଳର ଡିଏନଏ ପରୀକ୍ଷା କରାଯିବା ପରେ ତାହା ମାଖୁନୁଙ୍କ ବୋଲି ଜଣାପଡିଥିଲା।

Related story