‘ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ’ର ଖର୍ଚ୍ଚ ହିସାବ ମାଗିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱରରେ ତିନି ଦିନ ଧରି ଆୟୋଜିତ ହୋଇଥିବା ‘ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ’ର ହିସାବ ମାଗିଲେ ବିଜେପି ଓ କଂଗ୍ରେସ। ଏଥିପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତା’ର ହିସାବ ରାଜ୍ୟବାସୀଙ୍କୁ ଦିଅନ୍ତୁ ବୋଲି ବିଜେପି ଓ କଂଗ୍ରେସ ଦାବି କରିଛନ୍ତି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ମେକ୍ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଓଡ଼ିଶା ପାଇଁ ସଫଳ ହେବା ଜରୁରୀ। ବିଜେପି ଚାହୁଁଛି ମେକ୍ ଇନ୍‌ […]

bjp

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 11:00 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ତିନି ଦିନ ଧରି ଆୟୋଜିତ ହୋଇଥିବା ‘ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ’ର ହିସାବ ମାଗିଲେ ବିଜେପି ଓ କଂଗ୍ରେସ। ଏଥିପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତା’ର ହିସାବ ରାଜ୍ୟବାସୀଙ୍କୁ ଦିଅନ୍ତୁ ବୋଲି ବିଜେପି ଓ କଂଗ୍ରେସ ଦାବି କରିଛନ୍ତି।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ମେକ୍ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଓଡ଼ିଶା ପାଇଁ ସଫଳ ହେବା ଜରୁରୀ। ବିଜେପି ଚାହୁଁଛି ମେକ୍ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ସଫଳ ହେଉ। ଏହାର ସଫଳତା ଉପରେ ଓଡ଼ିଶାର ସାଢ଼େ ୪ କୋଟି ଜନତା ଓ କୋଟିଏ ୨ ଲକ୍ଷ ଯୁବକମାନଙ୍କ ଭବିଷ୍ୟତ ନିର୍ଭର କରୁଛି। ମାତ୍ର ଭୁବନେଶ୍ୱରରେ ଆୟୋଜିତ କନ୍‌କ୍ଲେଭ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସାଧିତ କରିବନାହିଁ। କାରଣ- କେଉଁ କମ୍ପାନୀ କେତେ ଟଙ୍କା ନିବେଶ କରିବେ ସେ ସମ୍ପର୍କରେ ରାଜ୍ୟ ସରକାର ପ୍ରସ୍ତାବ ରଖି ନାହାନ୍ତି। ଅନ୍ୟପକ୍ଷରେ ରାଜ୍ୟ ବାହାରୁ ବଡ଼ବଡ଼ ଶିଳ୍ପପତି କନ୍‌କ୍ଲେଭରେ ଯୋଗଦେଲେ ମାତ୍ର ଆମ ରାଜ୍ୟର ଶିଳ୍ପପତିମାନେ କୁଆଗଲେ?”

ସେ କହିଛନ୍ତି,“ଗତ ୧୭ ବର୍ଷ ମଧ୍ୟରେ ଯେଉଁ ଶିଳ୍ପପତିମାନେ ଓଡ଼ିଶା ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ ତାହା  ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନି। ୯୨ଟି ବଡ ଶିଳ୍ପ ପାଇଁ ରାଜ୍ୟ ସରକାର ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ସେଥିରୁ ମାତ୍ର ୬ଟି କାର୍ଯ୍ୟକାରୀ ହୋଇଛି। ୪୬ଟି ଏମ୍‌ଓୟୁ ବାତିଲ ହୋଇଯାଇଛି ଓ ୪୦ଟି ଶିଳ୍ପ  ଏପର୍ଯ୍ୟନ୍ତ କାମ ଆରମ୍ଭ କରିନାହାନ୍ତି।”

କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“କଂଗ୍ରେସ ଶିଳ୍ପ ବିରୋଧୀ ନୁହଁ। ମାତ୍ର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ନାଁରେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟ ବୁଲି ଯେପରି ଗରିବ ଲୋକଙ୍କ ଟିକସ ଖର୍ଚ୍ଚ କରୁଛନ୍ତି। ଏହା ଦୁର୍ଭାଗ୍ୟ ଜନକ କଥା।”

ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି,“ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରାଯାଇଛି। ଓଡ଼ିଶା ଶିଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।”

Related story