ଏନ୍‌ସେଫାଲାଇଟିସ୍‌ରେ ଆଉ ଦୁଇ ଶିଶୁ ମୃତ, ମୃତ୍ୟୁସଂଖ୍ୟା ୬୭କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁକନ୍ୟା ଦ୍ୱୟ ହେଲେ ରୀତା ମାଡ଼କାମୀ (୪) ଓ ସ୍ୱାତୀ ହନ୍ତାଳ (୨)। ରୀତାର ଘର କୋରକଣ୍ଡା ବ୍ଲକ୍‌ର କାମବେଡ଼ା ଗାଁରେ। ସ୍ୱାତୀର ଘର ଖଇରପୁଟ ବ୍ଲକ୍‌ର ଲମତାଗୁଡ଼ାରେ।  ଏହା ସହିତ ଏହି ରୋଗରେ ୪୫ ଦିନରେ ମାଲକାନଗିରି ଜିଲ୍ଲାରେ ୬୭ ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି। ଗତକାଲି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିନି ଜଣ […]

malkangiri

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 10:45 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁକନ୍ୟା ଦ୍ୱୟ ହେଲେ ରୀତା ମାଡ଼କାମୀ (୪) ଓ ସ୍ୱାତୀ ହନ୍ତାଳ (୨)। ରୀତାର ଘର କୋରକଣ୍ଡା ବ୍ଲକ୍‌ର କାମବେଡ଼ା ଗାଁରେ। ସ୍ୱାତୀର ଘର ଖଇରପୁଟ ବ୍ଲକ୍‌ର ଲମତାଗୁଡ଼ାରେ।  ଏହା ସହିତ ଏହି ରୋଗରେ ୪୫ ଦିନରେ ମାଲକାନଗିରି ଜିଲ୍ଲାରେ ୬୭ ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି।

ଗତକାଲି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିନି ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ସେମାନେ ହେଲେ କାଲିମେଳା ବ୍ଲକ୍ ଅନ୍ତର୍ଗତ ଉସ୍‌କାପାଲିର ସୁଜିତ୍ ବେଟ୍ଟି (୨), ମହରମପାଲିର ସୁଙ୍କି ପଡ଼ିଆମୀ (୩) ଓ ମାଥିଲି ବ୍ଲକ୍‌ ଅନ୍ତର୍ଗତ ସିନ୍ଧିବେଡ଼ାର ଗାୟତ୍ରୀ ପେଦି (୪)।

ଶୁକ୍ରବାର କାଲିମେଳା ବ୍ଲକ ଗମ୍ପାକୋଣ୍ଡା ଗାଁର ୪ ବର୍ଷର ଶିଶୁ ପୁତ୍ର ମୁନା ଶଗଡ଼ିଆର ମୃତ୍ୟୁ ହୋଇଥିଲା। ମୁନା  ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା।

Related story