ମାଲକାନଗିରି: ବଣ୍ଡାଘାଟିରେ ମ୍ୟାଲେରିଆ ଆତଙ୍କ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟୀରେ ମ୍ୟାଲେରିଆ ଭୟଙ୍କର ରୂପ ନେଇଛି। ବଣ୍ଡା ସମ୍ପ୍ରଦାୟର ବହୁ ଲୋକ ଏବେ ମ୍ୟାଲେରିଆରେ ଅକ୍ରାନ୍ତ ହୋଇଛନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ଦୁର୍ଗମ ବଣ୍ଡାଘାଟିରେ ଘରେ ଘରେ ଦେଖିବାକୁ ମିଳୁଛି ମ୍ୟାଲେରିଆ ରୋଗୀ। ଅଣ୍ଡ୍ରାହାଲ ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ପୂରା ଘାଟିକୁ ବ୍ୟାପି ଗଲାଣି। ବଣ୍ଡାଘାଟିରେ ଥିବା ୩୨ଟି ଗାଁ ପାଇଁ ମୁଦୁଲିପଡ଼ାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏହି […]

malkangiri

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 09:51 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟୀରେ ମ୍ୟାଲେରିଆ ଭୟଙ୍କର ରୂପ ନେଇଛି। ବଣ୍ଡା ସମ୍ପ୍ରଦାୟର ବହୁ ଲୋକ ଏବେ ମ୍ୟାଲେରିଆରେ ଅକ୍ରାନ୍ତ ହୋଇଛନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି।

ଦୁର୍ଗମ ବଣ୍ଡାଘାଟିରେ ଘରେ ଘରେ ଦେଖିବାକୁ ମିଳୁଛି ମ୍ୟାଲେରିଆ ରୋଗୀ। ଅଣ୍ଡ୍ରାହାଲ ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ପୂରା ଘାଟିକୁ ବ୍ୟାପି ଗଲାଣି।

ବଣ୍ଡାଘାଟିରେ ଥିବା ୩୨ଟି ଗାଁ ପାଇଁ ମୁଦୁଲିପଡ଼ାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚାଲିଛି। ଏପରି ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ଯାହା ଚିକିତ୍ସା ସୁବିଧା ମିଳୁଥିବ ତାହା ଅନୁମେୟ। ଗମନାଗମନ ସୁବିଧା ନ ଥିବା ଏହି ଗାଁଗୁଡିକୁ ଆମ୍ବୁଲାନ୍ସ ଯିବା କଷ୍ଟକର। ଫଳରେ ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା କଷ୍ଟକର ହୋଇଯାଉଛି।

ଘଟଣା ଜଣାପଡିବା ପରେ ଏକ ଡାକ୍ତରୀ ଟିମ୍‌ ବଣ୍ଡାଘାଟି ଯାଇ ଚିକିତ୍ସା ଆରମ୍ଭ କରିଛି। ଖବର ପାଇବା ପରେ ଜିଲ୍ଲାପାଳ ମଧ୍ୟ ଘାଟିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Related story