ଧର୍ମେନ୍ଦ୍ରଙ୍କୁ ସୁରକ୍ଷା ଦେଲାନି ମାଲକାନଗିରି ପୋଲିସ୍‌  

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍ ସ୍ଥିତି ସମୀକ୍ଷା କରିବା ପାଇଁ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସମେତ ବିଜେପିର ଏକ ୫ ଜଣିଆ ପ୍ରତିନିଧି ଦଳ ମାଲକାନଗିରି ଆସିଛନ୍ତି। ତେବେ ନକ୍ସଲ ଅଧ୍ୟୁଷିତ ମାଲାକାନଗିରିରେ କେନ୍ଦ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଜିଲ୍ଲା ପୋଲିସ୍ ମନା କରି ଦେବା ଘଟଣାକୁ ନେଇ ବିବାଦ ଦେଖାଯାଇଛି। ଜିଲ୍ଲା ପୋଲିସ୍ ମନା କରି ଦେବା ପରେ ବିଏସ୍ଏଫ୍‌ର ସୁରକ୍ଷା ବଳୟ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ଓ  ଅନ୍ୟ ଚାରି ବିଜେପି ନେତା ଜାପାନିଜ୍ […]

bjp-team

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 02:03 PM IST

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍ ସ୍ଥିତି ସମୀକ୍ଷା କରିବା ପାଇଁ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସମେତ ବିଜେପିର ଏକ ୫ ଜଣିଆ ପ୍ରତିନିଧି ଦଳ ମାଲକାନଗିରି ଆସିଛନ୍ତି। ତେବେ ନକ୍ସଲ ଅଧ୍ୟୁଷିତ ମାଲାକାନଗିରିରେ କେନ୍ଦ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଜିଲ୍ଲା ପୋଲିସ୍ ମନା କରି ଦେବା ଘଟଣାକୁ ନେଇ ବିବାଦ ଦେଖାଯାଇଛି। ଜିଲ୍ଲା ପୋଲିସ୍ ମନା କରି ଦେବା ପରେ ବିଏସ୍ଏଫ୍‌ର ସୁରକ୍ଷା ବଳୟ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ଓ  ଅନ୍ୟ ଚାରି ବିଜେପି ନେତା ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ପ୍ରଭାବିତ ପାଲକୋଣ୍ଡା ଓ ଦରିଗୁଡ଼ା ଗାଁକୁ ଯାଇଥିଲେ। ସେମାନେ ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ସେଠାକୁ ଯାଇଥିଲେ।

ଏ ଘଟଣାକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଧର୍ମେନ୍ଦ୍ରଙ୍କ ମାଲକାନଗିରି ଗସ୍ତକୁ ନେଇ ରାଜ୍ୟ ସରକାର ଭୟଭୀତ ହୋଇଯାଇଛନ୍ତି। ତାଙ୍କୁ କାହିଁକି ସୁରକ୍ଷା ଯୋଗାଇ ଦିଆଗଲା ନାହିଁ ବୋଲି ଦଳ ପ୍ରଶ୍ନ କରିଛି?

ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଲକାନଗିରି ଗସ୍ତକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ ଓ ସୁରକ୍ଷା ବି ଯୋଗାଇ ଦେବେ ବୋଲି କହିଥିଲେ। କିନ୍ତୁ ମାଲକାନଗିରି ଏସ୍‌ପି ଆଜି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମନା କରି ଦେଇଥିଲେ। ଫଳରେ ଆମେ ବିଏସ୍‌ଏଫ୍‌ର ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲାର ଏନ୍‌ସେଫାଲାଇଟିସ୍ ଅଞ୍ଚଳକୁ ଯାଇଥିଲୁ।”

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଜିଲ୍ଲା ପୋଲିସ୍ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆ ନ ଯିବା ପ୍ରସଙ୍ଗରେ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇବେ।

Related story