ମାଲକାନଗିରିରେ ଜାପାନୀ ଜ୍ୱର ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୯୨ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ସୁଶୀଳା ଖରା (୩) ଓ ବାସନ୍ତୀ ଜାନୀ। ସୁଶୀଳାର ଘର କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଟୁଲିବେଡ଼ା ଗାଁରେ। ବାସନ୍ତୀର ଘର କୁମୁଟିଗୁଡ଼ା ଗାଁରେ। ଏହା ସହିତ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି। ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ରୋଗରେ ୩ […]

encephalitis

Rakesh Mallick
  • Published: Sunday, 06 November 2016
  • , Updated: 07 November 2016, 10:02 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ସୁଶୀଳା ଖରା (୩) ଓ ବାସନ୍ତୀ ଜାନୀ। ସୁଶୀଳାର ଘର କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଟୁଲିବେଡ଼ା ଗାଁରେ। ବାସନ୍ତୀର ଘର କୁମୁଟିଗୁଡ଼ା ଗାଁରେ।

ଏହା ସହିତ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି।

ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ରୋଗରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ମଧ୍ୟ ଆଇସିୟୁ ଚିକିତ୍ସାଧୀନ ଅବସ୍ଥାରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୭ ଜଣ ବିଶେଷଜ୍ଞ ଦଳ ସହ ୧୨ ଜଣିଆ ଟିମ୍ ୪ ଭାଗରେ ବିଭକ୍ତ ହୋଇ ମାଲକାନଗିରି ଜିଲ୍ଲାର ଜାପାନିଜ୍ ଏନ୍‌ସେଫାଲାଇଟିସ୍ ପ୍ରଭାବିତ ଦାନିଗୁଡ଼ା, ବଦଲି, ପାଲକୋଣ୍ଡା ଓ ଦୋରିଗୁଡ଼ା ଗାଁକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି।

Related story