[caption id="attachment_29960" align="alignleft" width="300"]
ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ତାଣ୍ଡବ। ମାଓବାଦୀମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ଡମୁ ଶିଶା। ସେ ମାଥିଲି ଥାନା ଅନ୍ତର୍ଗତ ମାଡ଼କାପଦର ଗାଁର ବାସିନ୍ଦା। ସେ ସ୍ଥାନୀୟ ସରପଞ୍ଚଙ୍କ ପୁଅ ବୋଲି ଜଣାପଡ଼ିଛି। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗତକାଲି ରାତିରେ ତାଙ୍କୁ ହତ୍ୟା କରିଛନ୍ତି। ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିଲା। ଘଟଣାସ୍ଥଳରେ କିଛି ମାଓ ପୋଷ୍ଟର ପଡ଼ିଥିଲା। ତା’ସହିତ ମାଓବାଦୀମାନେ ସେଠାରେ ଏକ ଚିଠି ଛାଡ଼ି ଯାଇଥିଲେ। ଏଥିରେ ଲେଖାଅଛି ଯେ ଜଡ଼ାପୁଟି ଏନକାଉଣ୍ଟର ଘଟଣା ପାଇଁ ଡମୁ ଶିଶାଙ୍କୁ ହତ୍ୟା କରାଯାଇଛି।
ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିସ୍ଫୋରଣରେ ୩ଜଣ ବିଏସଏଫ ଯବାନଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଆଉ ୬ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ।