ମାଓବାଦୀଙ୍କ ଧମକ: ପ୍ରାର୍ଥୀ ହେଲେ ମୃତ୍ୟୁଦଣ୍ଡ, ଭୋଟ୍ ଦେଲେ ଆଙ୍ଗୁଠି ଛେଦନ

ମାଲକାନଗିରି: ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ନ ହେବାକୁ ଓ ଭୋଟ୍ ନ ଦେବାକୁ ଆଦିବାସୀମାନଙ୍କୁ ଧମକ ଦେଇଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମାରେ ମାଓବାଦୀମାନେ ପୋଷ୍ଟର୍ ମାରି ଏଭଳି ଧମକ ଦେଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି, ଆସନ୍ତା ସରପଞ୍ଚ ନିର୍ବାଚନରେ ଭୋଟ୍ ନ ଦେବାକୁ ମାଲକାନଗିରି ଜିଲ୍ଲା ଡିଭିଜିନାଲ୍ କମିଟି ତରଫରୁ ଆହ୍ୱାନ କରାଯାଉଛି। ପ୍ରତି ପଞ୍ଚାୟତର ଆଦିବାସୀମାନଙ୍କୁ ଚେତାବନୀ ଦିଆଯାଉଛି ଯେ ଯେଉଁ ବ୍ୟକ୍ତିମାନେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ […]

maoposter

Rakesh Mallick
  • Published: Tuesday, 10 January 2017
  • , Updated: 01 February 2017, 04:39 PM IST

ମାଲକାନଗିରି: ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ନ ହେବାକୁ ଓ ଭୋଟ୍ ନ ଦେବାକୁ ଆଦିବାସୀମାନଙ୍କୁ ଧମକ ଦେଇଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମାରେ ମାଓବାଦୀମାନେ ପୋଷ୍ଟର୍ ମାରି ଏଭଳି ଧମକ ଦେଇଛନ୍ତି।

ପୋଷ୍ଟରରେ ଲେଖା ହୋଇଛି, ଆସନ୍ତା ସରପଞ୍ଚ ନିର୍ବାଚନରେ ଭୋଟ୍ ନ ଦେବାକୁ ମାଲକାନଗିରି ଜିଲ୍ଲା ଡିଭିଜିନାଲ୍ କମିଟି ତରଫରୁ ଆହ୍ୱାନ କରାଯାଉଛି। ପ୍ରତି ପଞ୍ଚାୟତର ଆଦିବାସୀମାନଙ୍କୁ ଚେତାବନୀ ଦିଆଯାଉଛି ଯେ ଯେଉଁ ବ୍ୟକ୍ତିମାନେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ ସଭ୍ୟ ହେବା ପାଇଁ ପ୍ରାର୍ଥୀ ହେବେ ସେମାନଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ। ଯେଉଁମାନେ ଭୋଟ୍ ଦେବାକୁ ଯିବେ ସେମାନଙ୍କ ବୁଢ଼ା ଆଙ୍ଗୁଳି କାଟି ଦିଆଯିବ। ଆମ କଥା ନ ମାନିଲେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହ।

ଏହା ସହିତ ବ୍ଲକରେ ଅବା ପଞ୍ଚାୟତରେ ଚାଲୁଥିବା ଉନ୍ନୟନମୂଳକ କାମ ବନ୍ଦ କରିବାକୁ ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। କାମ ବନ୍ଦ କରିବାକୁ ସେମାନେ ଠିକାଦାରମାନଙ୍କୁ ମଧ୍ୟ ଧମକ ଦେଇଛନ୍ତି।

Related story