ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୭୦ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ କମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ କୋରୁକୋଣ୍ଡା ବ୍ଲକର ଟୁଟୁ ଦୁରୁଆ ଏବଂ କରୁସିବେଡ଼ା ଗାଁର ସନିଆ ରାବା। ଏହା ସହିତ ଏହି ରୋଗରେ ୪୮ ଦିନରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି। ୨୪ ତାରିଖରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୫ ବର୍ଷର ଶିଶୁ ବରଜା ଗାଁର ମନୋଜ […]

malkangiri

Rakesh Mallick
  • Published: Wednesday, 26 October 2016
  • , Updated: 26 October 2016, 09:16 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ କମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ କୋରୁକୋଣ୍ଡା ବ୍ଲକର ଟୁଟୁ ଦୁରୁଆ ଏବଂ କରୁସିବେଡ଼ା ଗାଁର ସନିଆ ରାବା। ଏହା ସହିତ ଏହି ରୋଗରେ ୪୮ ଦିନରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି।

୨୪ ତାରିଖରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୫ ବର୍ଷର ଶିଶୁ ବରଜା ଗାଁର ମନୋଜ ବରଜାଙ୍କ ମୃତ୍ୟୁ଼ ହୋଇଥିଲା।

ଏନ୍‌ସେଫାଲାଇଟିସ୍‌ ରୋଗ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଶିଶୁ ବଞ୍ଚାଅ ଅଭିଯାନ କରାଯାଇଛି। ଏଆଇସିସି ସମ୍ପାଦକ ସୁରେଶ ହେଗଡେ, ବରିଷ୍ଠ ନେତା ଭକ୍ତ ଦାସ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝି ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୃତକଙ୍କ ପରିବାରକୁ ୧୨ ଲକ୍ଷ ଲେଖାଏଁ ଟଙ୍କା ସହାୟତା, ନଭେମ୍ବର ପହିଲାରୁ ଟୀକାକରଣ ଆରମ୍ଭ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ତେବେ କଂଗ୍ରେସର ଶିଶୁ ବଞ୍ଚାଅ ଅଭିଯାନରୁ ରାଜନୀତିର ବାସ୍ନା ଆସୁଥିବା ବିଜେଡି କହିଛି। କଂଗ୍ରେସ ଶିଶୁ ମୃତ୍ୟୁକୁ ନେଇ ରାଜନୀତି କରୁଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ଼ କୋରାପୁଟ ଜିଲ୍ଲାରେ  ମଧ୍ୟ ଏହି ରୋଗର ଆତଙ୍କ ଦେଖାଦେଇଛି। ଜିଲ୍ଲାର ୩ଟି ବ୍ଲକରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭୂତାଣୁ ଚିହ୍ନଟ କରାଯାଇଛି। ଏହି ବ୍ଲକ ଗୁଡ଼ିକ ହେଲା ଜୟପୁର, ବୈପାରୀଗୁଡ଼ା ଓ କୋଟପାଡ଼। ଏହି ୩ ବ୍ଲକରୁ ୨୮ଟି ଘୁଷୁରି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।  ପରୀକ୍ଷା ପରେ ୮ଟି ରକ୍ତ ନମୂନାରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ ଜିଟିଭ ଭୂତାଣୁ ଥିବା ରିପୋର୍ଟ ଆସିଛି।

Related story