ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ, ଜଣଙ୍କୁ ହତ୍ୟା, ଅନ୍ୟ ଜଣଙ୍କୁ ଅପହରଣ

ମାଲକାନଗିରି: ମାଲକାନଗିରିରେ ମାଓବାଦୀମାନେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି। ମାଓ ଭୟରେ ଗାଁ ଛାଡିଥିବା ଜଣେ ବ୍ୟାକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ବେଳେ ଅନ୍ୟ ଜଣଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ରାଜୁ ପୂଜାରୀ। ଗତକାଲି ବିଳମ୍ବିତ ରାତିରେ କୁଡୁମୁଲୁଗୁମା ଫାଣ୍ଡିଠାରୁ ମାତ୍ର ୮୦୦ ମିଟର ଦୂରରେ ଏଭଳି କାଣ୍ଡ ଘଟିଛି। ପ୍ରାୟ ୫୦ରୁ ୬୦ ଜଣ ମାଓବାଦୀ ଆସି ରାଜୁଙ୍କୁ ହତ୍ୟା କରିଥିବା ବେଳେ ନନ୍ଦ ଗୋଲାରୀଙ୍କୁ ଅପହରଣ କରି ନେଇଥିଲେ। […]

mao

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 03:05 PM IST

ମାଲକାନଗିରି: ମାଲକାନଗିରିରେ ମାଓବାଦୀମାନେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି। ମାଓ ଭୟରେ ଗାଁ ଛାଡିଥିବା ଜଣେ ବ୍ୟାକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ବେଳେ ଅନ୍ୟ ଜଣଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ରାଜୁ ପୂଜାରୀ। ଗତକାଲି ବିଳମ୍ବିତ ରାତିରେ କୁଡୁମୁଲୁଗୁମା ଫାଣ୍ଡିଠାରୁ ମାତ୍ର ୮୦୦ ମିଟର ଦୂରରେ ଏଭଳି କାଣ୍ଡ ଘଟିଛି।

ପ୍ରାୟ ୫୦ରୁ ୬୦ ଜଣ ମାଓବାଦୀ ଆସି ରାଜୁଙ୍କୁ ହତ୍ୟା କରିଥିବା ବେଳେ ନନ୍ଦ ଗୋଲାରୀଙ୍କୁ ଅପହରଣ କରି ନେଇଥିଲେ। ମାଓବାଦୀଙ୍କ ସାଙ୍ଗରେ ମାଓନେତା ଆରକେ ଆସିଥିବା ଗାଁ ଲୋକେ କହିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଏହି ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ  ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗୋବିନ୍ଦପାଲ୍ଲିରୁ ବାଲିମେଳାକୁ ଯାତାୟତ ଠପ୍‌ ହୋଇଯାଇଛି।

Related story