ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ମାଲକାନଗିରି: ଛାତ୍ରୀଙ୍କୁ ଅସଦାଚରଣ କରିବାରୁ ପତ୍ନୀଙ୍କଠାରୁ ପେଣ୍ଟେଣ୍ଡ୍‌ ମେଡିସିନି ଖାଇଲେ ଶିକ୍ଷକ। ମାଲକାନଗିରି ଜିଲ୍ଲା ଏମ.ଭି. ୭୧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ତାଙ୍କ ପତ୍ନୀ ଚାପୁଡ଼ା ମାରୁଥିବା ଭିଡିଓ ଭାଇରାଲ ହୋଇଛି। ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଭାବକମାନେ ଏକ ବୈଠକ ଡାକିଥିଲେ। ସିଆରସିଙ୍କ ଉପସ୍ଥିତିରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଅଭିଭାବକ। ତେବେ ଅଭିଭାବକଙ୍କୁ ନେଇ ବସିଥିବା ବୈଠକରେ ଅଭିଯୋଗ ଆସିଥିବା ସମ୍ପୃକ୍ତ ଶିକ୍ଷକଙ୍କୁ ତାଙ୍କ ପତ୍ନୀ ଚାପୁଡା ମାରିଥିବା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାରେ ତଦନ୍ତ ବିଇଓଙ୍କୁ ଦିଆଯାଇଛି। ଉପଯୁକ୍ତ ପ୍ରମାଣ ମିଳିଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।</p> <p>ଅସଦାଚରଣ ଘଟଣାକୁ ନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୀର୍ଘଦିନ ଧରି ଅଭିଯୋଗ କରି ଆସୁଥିଲେ କିଛି ଛାତ୍ରୀ। କଥା ପଦାରେ ପ୍ରଘଟ କଲେ ସ୍କୁଲରୁ ବାହାର କରିଦେବା ଧମକ ଦେଉଥିଲେ ସମ୍ପୃକ୍ତ ଶିକ୍ଷକ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।