ଶେଷ ଇଚ୍ଛା ରଖିଲେ ପରିବାର ଲୋକେ; ମୃତ୍ୟୁ ପରେ ଶବକୁ ଲକ୍ଜୁରୀ କାର୍ରେ ଦେଲେ ସମାଧି, ଦେଖନ୍ତୁ ଭିଡିଓ
ବେଜିଙ୍ଗ୍: ପ୍ରତ୍ୟେକ ମଣିଷର କିଛି ନା କିଛି ଇଚ୍ଛା ଥାଏ। ସେଥିରୁ କିଛି ଇଚ୍ଛା ପୂରଣ ହୋଇଥାଏ ତ ଆଉ କିଛି ବାକି ରହିଯାଏ। ସେଥିପାଇଁ ଅଧିକାଂଶ ଲୋକଙ୍କର ମୃତ୍ୟୁ ପରେ ସେମାନଙ୍କର ଶେଷ ଇଚ୍ଛା ପୂରଣ କରାଯାଇଥାଏ। ସେମିତି ବେଜିଙ୍ଗ୍ର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦିଆଯାଇଛି। କିନ୍ତୁ ତାଙ୍କର ଏମିତି ଇଛା ଥିଲା ଯାହା ଶୁଣିଲା ପରେ ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇଯିବେ।
ଚୀନ୍ରେ ହେବେଇ ଅଞ୍ଚଳରେ ରହୁଥିବା କ୍ୟୁଇ ନାମକ ଜଣେ ବ୍ୟକ୍ତିଙ୍କର ଇଚ୍ଛା ଥିଲା ତାଙ୍କର ମୃତ୍ୟୁ ପରେ ତାଙ୍କୁ କଫିନ୍ ଭିତରେ କବର ଦିଆଯିବ ନାହିଁ। ତାଙ୍କୁ ଏକ ବିଳାସପୂର୍ଣ୍ଣ ବା ଲକ୍ଜୁରୀ କାରରେ କବର ଦିଆଯିବ। ଗାଁ ଲୋକଙ୍କ କହିବା ଅନୁସାରେ ତାଙ୍କର ଏହି ଶେଷ ଇଚ୍ଛା ପୂରଣ କରିବା ପାଇଁ ତାଙ୍କୁ ତାଙ୍କ ଲକ୍ଜୁରୀ କାର୍ରେ ହିଁ ସମାଧି ଦିଆଯାଇଛି।
ଏହି ଘଟଣା ଘଟିବା ପରେ ଏ ସମ୍ପର୍କିତ କିଛି ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଗୋଟିଏ କ୍ରେନ୍ ସାହାଯ୍ୟରେ ଲକ୍ଜୁରୀ ସୋନାଟା କାରରେ କ୍ୟୁଇଙ୍କୁ ବାସାଇ ମାଟି ତଳେ ପୋତିଦିଆ ଯାଉଛି। କାର ପୋତିଦେଲା ପରେ ସିମେଣ୍ଟରେ କବର ଦିଆଯାଇଥିଲା। ଏହି ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ୧୬ ଲକ୍ଷରୁ ଅଧିକ ଥର ଭ୍ୟୁ ହୋଇସାରିଲାଣି।
https://youtu.be/kcUvu2UorD4
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।