ଚିକେନ୍‌ ତରକାରି ନ କରିବାରୁ ମାଆକୁ ହତ୍ୟା କଲା ପୁଅ

ଗୁଣ୍ଟୁର: ମଧ୍ୟାହ୍ନ ଭୋଜନରେ ଚିକେନ ତରକାରି ପ୍ରସ୍ତୁତ ନକରିବାରୁ ୮୦ ବର୍ଷୀୟ ବୃଦ୍ଧା ମାଆକୁ ହତ୍ୟା କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ। ସୂଚନା ଅନୁଯାୟୀ, ଗୁଣ୍ଟୁରର ବାଦିପୁରମ୍‌ରେ ପୁଅ ବେଜ୍ଜାମ୍ କିଶୋରଙ୍କ ସହ ରୁହନ୍ତି ବେଜ୍ଜାମ୍‌ ମାରିଆମ୍ମା। କିଶୋର ଜଣେ ଗ୍ରାମୀଣ ଚିକିତ୍ସା ପ୍ରାକ୍ଟିସ୍‌ନର(ଆରଏମ୍‌ପି)। ସେ ଜଣେ ମଦ୍ୟପ ମଧ୍ୟ। ପ୍ରତିଦିନ ସେ ମଦ ପିଅନ୍ତି। ଏଥିପାଇଁ ତାଙ୍କ ସ୍ତ୍ରୀ ପିଲାମାନଙ୍କୁ ନେଇ ତାଙ୍କଠୁ ଅଲଗା ରହୁଛନ୍ତି। ଗତକାଲି ସକାଳେ […]

chiken2

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 03:38 PM IST

ଗୁଣ୍ଟୁର: ମଧ୍ୟାହ୍ନ ଭୋଜନରେ ଚିକେନ ତରକାରି ପ୍ରସ୍ତୁତ ନକରିବାରୁ ୮୦ ବର୍ଷୀୟ ବୃଦ୍ଧା ମାଆକୁ ହତ୍ୟା କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ।

ସୂଚନା ଅନୁଯାୟୀ, ଗୁଣ୍ଟୁରର ବାଦିପୁରମ୍‌ରେ ପୁଅ ବେଜ୍ଜାମ୍ କିଶୋରଙ୍କ ସହ ରୁହନ୍ତି ବେଜ୍ଜାମ୍‌ ମାରିଆମ୍ମା। କିଶୋର ଜଣେ ଗ୍ରାମୀଣ ଚିକିତ୍ସା ପ୍ରାକ୍ଟିସ୍‌ନର(ଆରଏମ୍‌ପି)। ସେ ଜଣେ ମଦ୍ୟପ ମଧ୍ୟ। ପ୍ରତିଦିନ ସେ ମଦ ପିଅନ୍ତି। ଏଥିପାଇଁ ତାଙ୍କ ସ୍ତ୍ରୀ ପିଲାମାନଙ୍କୁ ନେଇ ତାଙ୍କଠୁ ଅଲଗା ରହୁଛନ୍ତି।

ଗତକାଲି ସକାଳେ କିଶୋର ଚିକେନ୍‌ କିଣି ମାଆଙ୍କୁ ଦେଇଥିଲେ। ସେହି ଚିକେନ୍‌କୁ ତରକାରୀ ପ୍ରସ୍ତୁତ କରି ରଖିଲେ ସେ ମଧ୍ୟାହ୍ନରେ ଖଇବେ ବୋଲି କହି କିଶୋର ମଦ ପିଇବାକୁ ଚାଲିଗଲେ। ମଦ ପିଇ ଫେରିବା ପରେ ଯେତେବେଳେ କିଶୋର ଦେଖିଲେ ଯେ ଚିକେନ୍‌ ତରକାରୀ ପ୍ରସ୍ତୁତ ହୋଇନାହିଁ। ସେ ମାଆଙ୍କୁ ଗାଳି କରିବା ସହ ପାଖରେ ପଡିଥିବା ଏକ ଛୁରୀ ଆଣି ତାଙ୍କୁ ଭୁସି ଦେଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ମାରିଆମ୍ମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା। ହତ୍ୟା କରିବା ପରେ କିଶୋର ଘଟଣାସ୍ଥଳରୁ ଫେରାର ହୋଇଗଲେ।

ପୋଲିସ କିଶୋରଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତାଙ୍କୁ ଖୋଜିବା ଆରମ୍ଭ କରିଛି।

 

 

Related story