ରାଉରକେଲା: ପ୍ରେମିକାକୁ କମେଣ୍ଟ ମାରିବାରୁ ପ୍ରେମିକ ଉନ୍ମତ୍ତ କାଣ୍ଡ ଘଟାଇଛି। ଉତ୍କ୍ଷିପ୍ତ ହୋଇ କମେଣ୍ଟ ମାରିଥିବା ଯୁବକକୁ ଜଙ୍ଗଲ ଭିତରକୁ ନେଇ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଜଲଦା ଫାଣ୍ଡି ଅଞ୍ଚଳରେ ଘଟିଛି। ଏନେଇ ଜଳଦା ଫାଣ୍ଡିରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଗତକାଲି ପକଲୁ ଓରାମ ତାଙ୍କ ସାଙ୍ଗ ଜଳଦା ସି ବ୍ଲକରେ ରହୁଥିବା ଅଜୟ ଲୋହାରଙ୍କ ପ୍ରମିକା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଅଜୟ ତାଙ୍କ ସାଙ୍ଗ ପକଲୁଙ୍କୁ କାର୍ମେଲ ସ୍କୁଲ ପଛ ପାର୍ଶ୍ୱ ଜଙ୍ଗଲକୁ ଡାକି ନେଇଥିଲେ। ଯୋଜନା ମୁତାବକ ସେହି ଜଙ୍ଗଲରେ ଛପି ରହିଥିବା ରୋହନ କୁମ୍ଭାର ଓ ଶଙ୍କର ଟୁଡୁ। ପକଲୁ ଜଙ୍ଗଲରେ ପହଞ୍ଚିବା ପରେ ସମସ୍ତେ ସଂଘବଦ୍ଧ ଭାବେ ରଡ୍ ଓ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ରଘୁନାଥପାଲି ଥାନା ପୋଲିସ ଓ ସାଇଣ୍ଟିକ୍ଫିକ୍ ଟିମ୍ ଜଙ୍ଗଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରେ ଅଭିଯୁକ୍ତ ଅଜୟ, ରୋହିତ ଓ ଶଙ୍କରକୁ ଅଟକ ରଖି ପଚରାଉଚରା ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।