ମାଓ ଅଧ୍ୟୁଷିତ ଅଞ୍ଚଳରେ ୫୧୮ ନୂଆ ମୋବାଇଲ ଟାୱାର ନିର୍ମାଣ ଦାବି

ଭୁବନେଶ୍ୱର: ମାଓ ଅଧ୍ୟୁଷିତ ଅଞ୍ଚଳରେ ୫୧୮ଟି ନୂଆ ମୋବାଇଲ ଟାୱାର ନିର୍ମାଣ ଓ ୨୫୭ଟି ଟାୱାରର କ୍ଷମତା ବୃଦ୍ଧି ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି। ମାଓ ମୁକାବିଲା ନେଇ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ଆଲୋଚନାରେ ରାଜ୍ୟ ଗୃହ ସଚିବ, ଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଆଲୋଚନା ପରେ ଗୃହ ସଚିବ ଅସୀତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା […]

mao

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 06:05 PM IST

ଭୁବନେଶ୍ୱର: ମାଓ ଅଧ୍ୟୁଷିତ ଅଞ୍ଚଳରେ ୫୧୮ଟି ନୂଆ ମୋବାଇଲ ଟାୱାର ନିର୍ମାଣ ଓ ୨୫୭ଟି ଟାୱାରର କ୍ଷମତା ବୃଦ୍ଧି ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି। ମାଓ ମୁକାବିଲା ନେଇ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ଆଲୋଚନାରେ ରାଜ୍ୟ ଗୃହ ସଚିବ, ଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

ଆଲୋଚନା ପରେ ଗୃହ ସଚିବ ଅସୀତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,“ମାଓ ପ୍ରବଣ ଜିଲ୍ଲା ଗୁଡିକରେ ଅଧିକ ସଂଖ୍ୟାରେ ବ୍ୟାଙ୍କ ଶାଖା ଖୋଲିବାକୁ ଦାବି କରାଯାଇଛି। ଗତ ୧୮ ମାସ ମଧ୍ୟରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମାତ୍ର ୧୨ଟି ବ୍ୟାଙ୍କର ବ୍ରାଞ୍ଚ ଓ ୧୪ଟି ଏଟିଏମ୍‌ ଖୋଲାଯାଇଛି। ଏହି ଜିଲ୍ଲାର ୭୦ ପ୍ରତିଶତ ଲୋକ ବ୍ୟାଙ୍କ ସେବା ପାଉ ନାହାନ୍ତି। ତେଣୁ ଏଠାରେ ଅଧିକ ସଂଖ୍ୟାରେ ବ୍ୟାଙ୍କ ଖୋଲିବାକୁ ଆମେ ଅନୁରୋଧ କରିଛୁ। ଗୁରୁପ୍ରିୟା ସେତୁ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସେତୁ ନିର୍ମାଣ ପାଇଁ ୧୪୨ କୋଟି ଟଙ୍କା ମଧ୍ୟରୁ କେବଳ ୪୫ କୋଟି ଟଙ୍କା ଅନୁମୋଦନ ହୋଇଛି। ୨୦୧୭ ସେପ୍ଟେମ୍ବରରେ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଟଙ୍କା ମଞ୍ଜୁର ହୋଇ ନ ଥିବାରୁ କାମ ଆଗେଇ ପାରୁ ନ ଥିବା କୁହାଯାଇଛି।”

ସେ କହିଛନ୍ତି,“ମାଲକାନଗିରି, ଜୟପୁର ଓ ନବରଙ୍ଗପୁର ମଧ୍ୟରେ ରେଳ ଲାଇନ ନେଇ ସର୍ଭେ ଓ ଏମ୍‌ଓୟୁ ସରିଯାଇଥିବାରୁ କାମ ଶୀଘ୍ର ଆରମ୍ଭ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି। କୋରାପୁଟ-ରାୟଗଡ଼ା ମଧ୍ୟରେ ଅଧିକ ସଂଖ୍ୟାରେ ପାସେଞ୍ଜର ଟ୍ରେନ୍‌ ଚଲାଇବାକୁ କହିଛୁ।”

ସେ ଆହୁରି କହିଛନ୍ତି,“ଆଦିବାସୀ ଅଞ୍ଚଳରେ ଖୋଲାଯାଇଥିବା ବାଳିକା ହଷ୍ଟେଲ ପାଇଁ ଆସିବାକୁ ଥିବା ଅର୍ଥ ଯୋଗାଇ ଦେବାକୁ କହିଛୁ। ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ପିଲାମାନଙ୍କ ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରିବାକୁ ଜଣାଇଛୁ।”

ପୋଲିସ ଡିଜି କେ.ବି. ସିଂ କହିଛନ୍ତି,“ମାଓ ଦମନ ନେଇ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ସହ ମିଶି ପୁଣି ଥରେ ମିଳିତ ଅପରେସନ କରିବା ପାଇଁ ଆଲୋଚନା ହୋଇଥିଲା। ଏଥିପାଇଁ ନୂଆ ରଣନୀତି ପ୍ରସ୍ତୁତ ହୋଇଛି। ମାଓ ଅଧ୍ୟୁଷିତ ଇଲାକାରେ ଫୋର୍ସ ପ୍ରତ୍ୟାହାର ହୋଇଥିବା ସ୍ଥାନରେ ପୁନଃ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ମାଓ ପ୍ରବଣ ଆହୁରି ଅଧିକ ୨ଟି ବାଟାଲିୟନ ପ୍ରତିଷ୍ଠା ପାଇଁ ଦାବି କରିଛୁ। ମିଳିତ ଅପରେସନ ପରେ ବହୁ ସଂଖ୍ୟାରେ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ଆମେ ଜଣାଇଲୁ। ଆମ ଅଫିସର ମାନଙ୍କୁ ଅଧିକ ଟ୍ରେନିଂ ଦେବାକୁ ମଧ୍ୟ ଆଲୋଚନା କରିଲୁ।”

Related story