ମନ୍ଦ କାଡ୍ରାକା ଏନ୍‌କାଉଣ୍ଟରକୁ ବିରୋଧ: ରାୟଗଡ଼ା, କଳାହାଣ୍ଡିରେ ମାଓବାଦୀଙ୍କ ବନ୍ଦ ପାଳନ

ରାୟଗଡ଼ା: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୪ଟି ବ୍ଲକରେ ଆଜି ମାଓବାଦୀମାନେ ବନ୍ଦ ଡ଼ାକରା ଦେଇଛନ୍ତି। ମନ୍ଦ କାଡ୍ରାକା ଏନ୍‌କାଉଣ୍ଟରକୁ ବିରୋଧ କରି ବାସଧାରା- ଘୁମୁସର-ନାଗାବଳୀ ଡିଭିଜନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ମୁନିଗୁଡ଼ା, ବିଷମକଟକ, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ମାଓବାଦୀମାନେ ଏହି ବନ୍ଦ ଡ଼ାକରା ଦେଇଛନ୍ତି। ବନ୍ଦ ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହେବା ସହ ଦୋକାନ ବଜାର ବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ […]

mao-band

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 04:49 AM IST

ରାୟଗଡ଼ା: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୪ଟି ବ୍ଲକରେ ଆଜି ମାଓବାଦୀମାନେ ବନ୍ଦ ଡ଼ାକରା ଦେଇଛନ୍ତି। ମନ୍ଦ କାଡ୍ରାକା ଏନ୍‌କାଉଣ୍ଟରକୁ ବିରୋଧ କରି ବାସଧାରା- ଘୁମୁସର-ନାଗାବଳୀ ଡିଭିଜନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ମୁନିଗୁଡ଼ା, ବିଷମକଟକ, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ମାଓବାଦୀମାନେ ଏହି ବନ୍ଦ ଡ଼ାକରା ଦେଇଛନ୍ତି। ବନ୍ଦ ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହେବା ସହ ଦୋକାନ ବଜାର ବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story