ମାଲକାନଗିରିରେ ମାଓ ତାଣ୍ଡବ: ପୋଲିସ୍ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି:  ମାଲକାନଗିରି ଜିଲ୍ଲାରେ ପୁଣି ଲାଲ୍ ଆତଙ୍କ। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ପୁଣି ଜଣଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଜିଲ୍ଲାର ମାକଡ଼ାପଦର ପଞ୍ଚାୟତର କନ୍ଧବୁଢ଼ା ଗାଁରେ। ଗତକାଲି ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ମାଓବାଦୀ ଅର୍ଜୁନ ଖରା ନାମକ ଜଣେ ବ୍ୟକ୍ତିଙ୍କୁ ଡାକି ନେଇଥିଲେ। ଆଜି ସକାଳେ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ  ତାଙ୍କ ମୃତଦେହ ନିକଟରେ ଏକ […]

mao

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 03:52 AM IST

ମାଲକାନଗିରି:  ମାଲକାନଗିରି ଜିଲ୍ଲାରେ ପୁଣି ଲାଲ୍ ଆତଙ୍କ। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ପୁଣି ଜଣଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଜିଲ୍ଲାର ମାକଡ଼ାପଦର ପଞ୍ଚାୟତର କନ୍ଧବୁଢ଼ା ଗାଁରେ। ଗତକାଲି ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ମାଓବାଦୀ ଅର୍ଜୁନ ଖରା ନାମକ ଜଣେ ବ୍ୟକ୍ତିଙ୍କୁ ଡାକି ନେଇଥିଲେ। ଆଜି ସକାଳେ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ  ତାଙ୍କ ମୃତଦେହ ନିକଟରେ ଏକ ହାତଲେଖା ଚିଠି ଛାଡ଼ି ଯାଇଛନ୍ତି। ସେଥିରେ ଲେଖାଅଛି ଯେ ଦଢ଼ାପୁଟ ପୋଲିସ୍ ଏନକାଉଣ୍ଟରରେ ଅର୍ଜୁନଙ୍କ ଭୂମିକା ଥିଲା। ସେ ପୋଲିସ୍ ପାଇଁ ଗୋବିନ୍ଦପାଲି ଓ କରିରେପୁଟଠାରେ ଗୁଇନ୍ଦାଗିରି କରୁଥିଲେ।  ତେବେ ଖବର ଲେଖାଯିବା ସୁଦ୍ଧା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନାହିଁ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କାରଣ ଦୁଇ ମାସ ତଳେ ଏଠାରେ ମାଓବାଦୀମାନେ ଆଉ ଜଣଙ୍କୁ ହତ୍ୟା କରିଥିଲେ।

ଏହା ପୂର୍ବରୁ ସେପ୍ଟେମ୍ବର ୨୦ ତାରିଖରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗାଁରେ ତ୍ରିନାଥ ମାଢ଼ି ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲା। ତାଙ୍କୁ ବି ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଥିଲେ। ତାଙ୍କ ତଣ୍ଟି କଟା ଯାଇଥିଲା।

Related story