କଳାହାଣ୍ଡି: ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ, ଜଣେ ମହିଳା କ୍ୟାଡର ମାଓବାଦୀ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାନମାଞ୍ଜୁର ଜଙ୍ଗଲରେ ଗୁରୁବାର ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଆଜି ଅପରାହ୍ଣରେ ଭବାନୀପାଟଣା ସଦର ଥାନା କାନମାଞ୍ଜୁର ରିଜର୍ଭ ଫରେଷ୍ଟରେ ଏସଓଜି ଓ ଡଭିଏଫ୍ ପକ୍ଷରୁ କମ୍ବିଂ ଚାଲିଥିବା ବେଳେ ଏହି ଗୁଳିବିନିମୟରେ ହୋଇଛି। ଘଟଣାସ୍ଥଳରୁ ପୋଲିସ ଗୋଟିଏ ରାଇଫଲ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ […]

maowadi in odisha

Rakesh Mallick
  • Published: Thursday, 11 February 2016
  • , Updated: 11 February 2016, 04:16 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାନମାଞ୍ଜୁର ଜଙ୍ଗଲରେ ଗୁରୁବାର ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଆଜି ଅପରାହ୍ଣରେ ଭବାନୀପାଟଣା ସଦର ଥାନା କାନମାଞ୍ଜୁର ରିଜର୍ଭ ଫରେଷ୍ଟରେ ଏସଓଜି ଓ ଡଭିଏଫ୍ ପକ୍ଷରୁ କମ୍ବିଂ ଚାଲିଥିବା ବେଳେ ଏହି ଗୁଳିବିନିମୟରେ ହୋଇଛି। ଘଟଣାସ୍ଥଳରୁ ପୋଲିସ ଗୋଟିଏ ରାଇଫଲ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ଏବେ ବି କମ୍ବିଂ ଅପରେସନ ଜାରି ରହିଛି।

Related story