ଗାଁ ସାଥିଙ୍କୁ ଉଠାଇ ନେଲେ ମାଓବାଦୀ

କନ୍ଧମାଳ: ଫୁଲବାଣୀରେ ମାଓବାଦୀମାନେ ଜଣେ ଗାଁ ସାଥିଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଗାଁ ସାଥି ଜଣଙ୍କ ହେଲେ କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା  ଅଞ୍ଚଳର ବସନ୍ତ ଭଟ୍ଟ। ତାଙ୍କୁ କିଛି ମାଓବାଦୀ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଅପହରଣର କାରଣ ସଂପର୍କରେ କିଛି ଜଣାପଡ଼ି ନାହିଁ। ପରିବାର ଲୋକଙ୍କ ଅଭିଯୋଗ ପରେ  ପୋଲିସ ତନାଘନା ଚଳାଇଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳକୁ ପୋଲିସର ଏକ ଟିମ୍ ଯାଇ ଅନୁସନ୍ଧାନ କରୁଛି। ଆଇନ୍ […]

Rakesh Mallick
  • Published: Monday, 16 October 2017
  • , Updated: 17 October 2017, 09:11 AM IST

କନ୍ଧମାଳ: ଫୁଲବାଣୀରେ ମାଓବାଦୀମାନେ ଜଣେ ଗାଁ ସାଥିଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଗାଁ ସାଥି ଜଣଙ୍କ ହେଲେ କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା  ଅଞ୍ଚଳର ବସନ୍ତ ଭଟ୍ଟ। ତାଙ୍କୁ କିଛି ମାଓବାଦୀ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଅପହରଣର କାରଣ ସଂପର୍କରେ କିଛି ଜଣାପଡ଼ି ନାହିଁ। ପରିବାର ଲୋକଙ୍କ ଅଭିଯୋଗ ପରେ  ପୋଲିସ ତନାଘନା ଚଳାଇଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳକୁ ପୋଲିସର ଏକ ଟିମ୍ ଯାଇ ଅନୁସନ୍ଧାନ କରୁଛି। ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫୁଲବାଣୀ ଏସଡିପିଓ କହିଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ କିଛି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ବିଜିଏନ୍ ଡିଭିଜନାଲ୍ କମିଟି ପକ୍ଷରୁ ଏହି  ପୋଷ୍ଟର ମରାଯାଇଛି। ଯେଉଁଥିରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରାଯାଇଛି।

Related story