ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳିବେ ସହିଦ ସପ୍ତାହ।  ପୋଲିସ ଗୁଳିରେ ମୃତ ମାଓବାଦୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲାଲବାହିନୀ ପକ୍ଷରୁ ଏହି ସପ୍ତାହ ପାଳନ କରାଯାଇଛି।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ମାଓ ଉପଦ୍ରୁତ ଅଞ୍ଚଳରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସେଲ୍‌ ସହ ଅଧିକ ସଂଖ୍ୟାରେ ସିଆରପିଏଫ୍, ଡିଭିଏଫ୍  ଓ ‌ଏସ୍‌ଓଜି ବାହିନୀ ମୁତୟନ ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ପିଏଲ୍‌ଜିଏ […]

maoist

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 07:34 AM IST

ଭୁବନେଶ୍ୱର: ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳିବେ ସହିଦ ସପ୍ତାହ।  ପୋଲିସ ଗୁଳିରେ ମୃତ ମାଓବାଦୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲାଲବାହିନୀ ପକ୍ଷରୁ ଏହି ସପ୍ତାହ ପାଳନ କରାଯାଇଛି।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ମାଓ ଉପଦ୍ରୁତ ଅଞ୍ଚଳରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସେଲ୍‌ ସହ ଅଧିକ ସଂଖ୍ୟାରେ ସିଆରପିଏଫ୍, ଡିଭିଏଫ୍  ଓ ‌ଏସ୍‌ଓଜି ବାହିନୀ ମୁତୟନ ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ପିଏଲ୍‌ଜିଏ ସପ୍ତାହ ପୂର୍ବରୁ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିବା ଲାଗି ଗତକାଲି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର, ପୋଷ୍ଟର ଲଗାଇଥିଲେ।  ପାଇକମାଳ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ ତଳେ ଥିବା ମାଣ୍ଡୋସିଲ, ସିନ୍ଧେଇକେଲା ଅଞ୍ଚଳରେ ମାଓବାଦୀମାନେ ଓଡ଼ିଆ ଓ ହିନ୍ଦୀ ବ୍ୟାନର ଓ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଥିଲା।

କନ୍ଧମାଳ ଜିଲ୍ଲାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।   ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଓ ଗାଡ଼ି ଯାଞ୍ଚକୁ ଜୋରଦାର କରାଯାଇଛି।  ଯେକୌଣସି ବ୍ୟକ୍ତି ଉପରେ ସନ୍ଦେହ ହେଲେ ସେନେଇ ଖବର ଦେବା ପାଇଁ ପୋଲିସ ପକ୍ଷରୁ  ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି।  ଏହାସହ ମାଓ ପ୍ରଭାବିତ ଅଞ୍ଚଳରେ ୯ପ୍ଲାଟୁନ ସିଆରପିଏଫ୍, ୨ଟି ଏସଓଜି ଟିମ୍ ଓ ୨ଟି ଡିଭିଏଫ୍ ଟିମ୍ ଦ୍ୱାରା କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସେହିପରି ମାଲକାନଗିରି ଜିଲ୍ଲାରେ ମଧ୍ୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।  ସମସ୍ତ ଥାନା ଓ କ୍ୟାମ୍ପ ଗୁଡ଼ିକରେ ପୋଲିସ ସଜାଗ ରହିବା ସହ କମ୍ବିଂ ଅପରେସନକୁ କଡ଼ାକଡ଼ି କରାଯାଇଛି।

Related story