ସାତକୋଶିଆ ଜଙ୍ଗଲରେ ବୁଲୁଛନ୍ତି ୧୫ରୁ ୨୦ ମାଓବାଦୀ

କଟକ: କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ମାଓବାଦୀ ଗତିବିଧି ସାମ୍ନାକୁ ଆସିଛି। ୧୫ରୁ ୨୦ ମାଓବାଦୀ ନରସିଂହପୁର ନିକଟ ସାତକୋଶିଆ ଜଙ୍ଗଲରେ ବୁଲୁଥିବା ସୂଚନା ମିଳିଛି। ଖବର ପାଇ ପୋଲିସ୍ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଜଙ୍ଗଲରେ ମାଓବାଦୀ ବୁଲିବା ନେଇ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ କହିଛନ୍ତି,“ସ୍ଥାନୀୟ ପୋଲିସ୍ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନ୍ ଜୋରଦାର ଚାଲିଛି। ବର୍ତ୍ତମାନ ସୁଦ୍ଧା ସେମାନେ ମାଓବାଦୀ କି ନୁହେଁ ସ୍ପଷ୍ଟ ହୋଇ ନାହିଁ। ଖୁବଶୀଘ୍ର ଜଙ୍ଗଲରେ […]

maoist

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 11:14 AM IST

କଟକ: କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ମାଓବାଦୀ ଗତିବିଧି ସାମ୍ନାକୁ ଆସିଛି। ୧୫ରୁ ୨୦ ମାଓବାଦୀ ନରସିଂହପୁର ନିକଟ ସାତକୋଶିଆ ଜଙ୍ଗଲରେ ବୁଲୁଥିବା ସୂଚନା ମିଳିଛି। ଖବର ପାଇ ପୋଲିସ୍ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ଜଙ୍ଗଲରେ ମାଓବାଦୀ ବୁଲିବା ନେଇ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ କହିଛନ୍ତି,“ସ୍ଥାନୀୟ ପୋଲିସ୍ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନ୍ ଜୋରଦାର ଚାଲିଛି। ବର୍ତ୍ତମାନ ସୁଦ୍ଧା ସେମାନେ ମାଓବାଦୀ କି ନୁହେଁ ସ୍ପଷ୍ଟ ହୋଇ ନାହିଁ। ଖୁବଶୀଘ୍ର ଜଙ୍ଗଲରେ ଯବାନ ମୁତୟନ କରାଯିବ।”

Related story