ମାର୍ଚ୍ଚ ୨ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୨ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୯ ତାରିଖ ପର୍ଯନ୍ତ ଚାଲିବ। ପୂର୍ବ ବର୍ଷ ପରି ଥିଓରୀ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ୍ ଶେଷ କରାଯିବ । ଜାନୁୟାରୀ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ । ସେହିପରି ମାର୍ଚ୍ଚ ୧୮ରୁ ୨୯ ତାରିଖ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷା କରାଯିବ। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ହେବ। […]

Logo_chse

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 02:04 PM IST

ଭୁବନେଶ୍ୱର: ମାର୍ଚ୍ଚ ୨ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୯ ତାରିଖ ପର୍ଯନ୍ତ ଚାଲିବ। ପୂର୍ବ ବର୍ଷ ପରି ଥିଓରୀ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ୍ ଶେଷ କରାଯିବ । ଜାନୁୟାରୀ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ । ସେହିପରି ମାର୍ଚ୍ଚ ୧୮ରୁ ୨୯ ତାରିଖ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷା କରାଯିବ। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ହେବ।

ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ଇ-ମୂଲ୍ୟାୟନ କରାଯିବ। ତେବେ କଳା ବିଭାଗରେ ଇ-ମୂଲ୍ୟାୟନ ହେବ ନାହିଁ।

ଯୁକ୍ତ ଦୁଇ ପରୀକ୍ଷା ସଂପର୍କରେ ସୂଚନା ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି ଯେ ଗତ ବର୍ଷ କେବଳ ବିଜ୍ଞାନରେ ଇ-ମୂଲ୍ୟାୟନ କରାଯାଇଥିଲା। ବିଜ୍ଞାନରେ କେବଳ ୫ଟି ବିଷୟରେ ଇ-ମୂଲ୍ୟାୟନ କରାଯାଇଥିଲା। ଏଥର ବିଜ୍ଞାନର ସମସ୍ତ ବିଷୟରେ ଇ-ମୂଲ୍ୟାୟନ କରାଯିବ। ତା’ସହିତ ବାଣିଜ୍ୟର ସବୁ ବିଷୟରେ ମଧ୍ୟ ଇ-ମୂଲ୍ୟାୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ କଳାରେ ଇ-ମୂଲ୍ୟାୟନ ଚଳିତ ବର୍ଷ ବି ସମ୍ଭବପର ହେବ ନାହିଁ। କାରଣ କଳାରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏତେ ସଂଖ୍ୟକ ପରୀକ୍ଷାର୍ଥୀଙ୍କୁ ସବୁ ବିଷୟର ପରୀକ୍ଷା ଖାତାର ଇ-ମୂଲ୍ୟାୟନ ପାଇଁ ବର୍ତ୍ତମାନ କାଉନସିଲ୍ ପାଖରେ ଭିତ୍ତିଭୂମି ନାହିଁ। କାଉନସିଲର ଏକ ନୂଆ କୋଠା ପାଇଁ ଶିଳାନ୍ୟାସ ହୋଇଛି। ଏହାର କାମ ଶୀଘ୍ର ଶେଷ ହେବ। ଏହି କୋଠା ନିର୍ମାଣ ହୋଇଗଲେ ଆସନ୍ତା ବର୍ଷଗୁଡ଼ିକରେ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷାଖାତାର ବି ଇ-ମୂଲ୍ୟାୟନ ହୋଇପାରିବ ବୋଲି ସେ କହିଛନ୍ତି।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରଗୁଡିକୁ ମଧ୍ୟ ଚିହ୍ନଟ କରାଯାଇଛି। ତେବେ ଗତବର୍ଷ ଅନିୟମିତତା ଅଭିଯୋଗ ଆସିଥିବା କେନ୍ଦ୍ରଗୁଡିକୁ ଏବର୍ଷ ବାଦ୍ ଦିଆଯିବ। ସେହିପରି ପ୍ରଶ୍ନପତ୍ର ସୁରକ୍ଷିତ ରଖିବାକୁ ଏକ୍ଜାମିନେସନ ମ୍ୟାନେଜମେଣ୍ଟ ହବ୍ ପ୍ରତିଷ୍ଠା କରାଯିବ। ଏଠାରେ କଡ଼ା ସୁରକ୍ଷା ସହ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ରହିବ। ଅଧଘଣ୍ଟାଏ ପୂର୍ବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ସ୍ୱତନ୍ତ୍ର ନିରୀକ୍ଷକଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ରକୁ ଖୋଲାଯିବ। କପି ରୋକିବାକୁ ବିଶେଷ ବ୍ୟବସ୍ଥା କରାଯାଇଛି। ଜିଲ୍ଲା, ଆଞ୍ଚଳିକ ଓ ରାଜ୍ୟସ୍ତରରେ ସ୍କ୍ବାଡ୍ ଗଠନ ହେବ। ଏହି ସ୍କ୍ବାଡ୍ ପରୀକ୍ଷା କେନ୍ଦ୍ରଗୁଡିକୁ ଅଚାନକ ଗସ୍ତ କରିବ।

Related story