ଏମିତି ଆଙ୍ଗୁଳି ଥିବା ଝିଅଙ୍କୁ ବିବାହ କଲେ ସୁଖ ଶାନ୍ତିରେ ଉଣା ହୁଏନି

ଆମ ଦେଶରେ ବିବାହ ଏକ ପୁରାତନ ପରମ୍ପରା। ଆମ ସମାଜରେ  ଏହି ବିବାହକୁ ଆରେଞ୍ଜ ମ୍ୟାରେଜକୁ ଗୁରୁତ୍ୱ ଦିଆଯାଇଥିବା ବେଳେ କେହି କେହି ପ୍ରେମ ବିବାହ କରିଥାନ୍ତି। କିନ୍ତୁ ନିଜେ ହିଁ ନିଜ ଜୀବନ ସାଥି ଚୟନ ବୁଝି ବିଚାରି କରିବା ଆବଶ୍ୟକ। ସାଧାରଣତଃ ବାହାଘର କ୍ଷେତ୍ରରେ ଜାତକ ମେଳ ସହ ଜ୍ୟୋତିଷଙ୍କ ପରାମର୍ଶର ଆବଶ୍ୟକତା ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କର କେତେକ ଗୁଣ କିମ୍ବା କେତେକ ଅଙ୍ଗ ତାଙ୍କ ଜୀବନସାଥୀଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ଥ […]

h-444

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 08:40 PM IST

ଆମ ଦେଶରେ ବିବାହ ଏକ ପୁରାତନ ପରମ୍ପରା। ଆମ ସମାଜରେ  ଏହି ବିବାହକୁ ଆରେଞ୍ଜ ମ୍ୟାରେଜକୁ ଗୁରୁତ୍ୱ ଦିଆଯାଇଥିବା ବେଳେ କେହି କେହି ପ୍ରେମ ବିବାହ କରିଥାନ୍ତି। କିନ୍ତୁ ନିଜେ ହିଁ ନିଜ ଜୀବନ ସାଥି ଚୟନ ବୁଝି ବିଚାରି କରିବା ଆବଶ୍ୟକ। ସାଧାରଣତଃ ବାହାଘର କ୍ଷେତ୍ରରେ ଜାତକ ମେଳ ସହ ଜ୍ୟୋତିଷଙ୍କ ପରାମର୍ଶର ଆବଶ୍ୟକତା ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କର କେତେକ ଗୁଣ କିମ୍ବା କେତେକ ଅଙ୍ଗ ତାଙ୍କ ଜୀବନସାଥୀଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ଥ ହୋଇଥାଏ। ତେବେ ସେମିତି କିଛି ଅଙ୍ଗ ମଧ୍ୟରୁ ଆମେ ଆଜି ଆପଣଙ୍କୁ ନାରୀର ଆଙ୍ଗୁଠି ବିଷୟରେ କହିବାକୁ ଯାଉଛୁ। ଯାହା ସ୍ୱାମୀଙ୍କ ପାଇଁ ଶୁଭ ହୋଇଥାଏ।

୧-ଗୋଲ ଏବଂ ଲମ୍ବା ଆଙ୍ଗୁଠିଥିବା ଝିଅମାନେ ନିଜ ପାଇଁ ଓ ନିଜ ସ୍ୱାମୀଙ୍କ ପାଇଁ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି।

୨-ଯେଉଁ ଝିଅମାନଙ୍କ ଆଙ୍ଗୁଳି ଚିକ୍କଣ, ସିଧା ଓ ଗଣ୍ଠି ବାରି ହୋଇପଡ଼ୁଥାଏ ସେମାନଙ୍କ ବୈବାହିକ ଜୀବନ ଏତେ ଭଲରେ କଟି ନ ଥାଏ।

୩-ଯେଉଁ ଝିଅମାନଙ୍କ ଆଙ୍ଗୁଠିର ଅଗ୍ରଭାଗ ଅଂଶ ପତଳା ଓ ଆଙ୍ଗୁଳି ରେଖା ସମାନ ହୋଇଥାଏ ସେମାନଙ୍କ ବୈବାହିକ ଜୀବନ ସୁଖ ଶାନ୍ତିରେ କଟିଥାଏ।

୪-ଛୋଟ ଆଙ୍ଗୁଠି ଥିବା ଝିଅମାନେ ଖୁବ୍‌ ଖର୍ଚ୍ଚି ହୋଇଥାନ୍ତି। ଏମିତିକି ମହିଳାମାନଙ୍କୁ ନିଜ ଜୀବନରେ ଅନେକ କଠିନତାକୁ  ସାମ୍ନା କରିବାକୁ ପଡ଼ିଥାଏ।

୫-ଦୁଇ ହାତକୁ ଯୋଡ଼ିବା ପରେ  ଯଦି ତା’ ମଝିରେ  ଫାଙ୍କା ଦେଖାଯାଏ  ତେବେ ସେହି ଝିଅମାନେ ମଧ୍ୟମ ଶୁଭ ସାବ୍ୟସ୍ତ ହୋଇଥାନ୍ତି।

୬-ଯେଉଁ ଝିଅମାନଙ୍କ ଆଙ୍ଗୁଳିରେ ତିନୋଟି ପର୍ବ ଥାଏ, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ବର୍ଗର ଝିଅମାନେ ନିଜ ଜୀବନରେ ସବୁ ସୁଖ ପ୍ରାପ୍ତ କରିଥାନ୍ତି।

୭-ଯେଉଁ ଝିଅମାନଙ୍କ ଆଙ୍ଗୁଳି ଚାରୋଟି ପର୍ବ ଥାଏ ସେମାନଙ୍କ ଆଙ୍ଗୁଠି ଛୋଟ ଓ ମାଂସଳ ହୋଇଥାଏ।  ସେମାନେ ନିଜ ପାଇଁ ଓ ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇ ନ ଥାନ୍ତି।

୮-ଯେଉଁ ଝିଅର ହାତ ପଛରେ କେଶ ଥାଏ ତାଙ୍କ ସ୍ୱାମୀଙ୍କୁ ବୈବାହିକ ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।

Related story