ମେ’ ମାସ ସୁଦ୍ଧା ବଜାରରେ ମିଳିବ ଯୁକ୍ତ ଦୁଇର ନୂଆ ପାଠ୍ୟପୁସ୍ତକ

ଭୁବନେଶ୍ୱର: ନୂଆ ଫର୍ମାଟ୍, ନୂଆ ସିଲାବସ୍। ଆସନ୍ତା ଶିକ୍ଷା ବର୍ଷରୁ ସିବିଏସ୍ଇ ଢାଞ୍ଚାରେ ପ୍ରସ୍ତୁତ ପୁସ୍ତକ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ପ୍ରଥମ ପର୍ଯ୍ୟାୟରେ ଏହି ଢାଞ୍ଚାରେ ପ୍ରସ୍ତୁତ ଭୋକେସନାଲ କୋର୍ସର ଫ୍ୟାସନ୍ ଟେକ୍ନୋଲୋଜି ପୁସ୍ତକକୁ ରବିବାର ଉନ୍ମୋଚନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ସେହିପରି କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟର ପୁସ୍ତକ ଛପା କାମ ଆରମ୍ଭ ହୋଇଥିବା ଓଡିଶା ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥା ସୂଚନା ଦେଇଛି। ମେ’ ମାସ ସୁଦ୍ଧା ବଜାରରେ […]

plus-two-book

Rakesh Mallick
  • Published: Sunday, 10 January 2016
  • , Updated: 11 January 2016, 02:21 AM IST

ଭୁବନେଶ୍ୱର: ନୂଆ ଫର୍ମାଟ୍, ନୂଆ ସିଲାବସ୍। ଆସନ୍ତା ଶିକ୍ଷା ବର୍ଷରୁ ସିବିଏସ୍ଇ ଢାଞ୍ଚାରେ ପ୍ରସ୍ତୁତ ପୁସ୍ତକ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ପ୍ରଥମ ପର୍ଯ୍ୟାୟରେ ଏହି ଢାଞ୍ଚାରେ ପ୍ରସ୍ତୁତ ଭୋକେସନାଲ କୋର୍ସର ଫ୍ୟାସନ୍ ଟେକ୍ନୋଲୋଜି ପୁସ୍ତକକୁ ରବିବାର ଉନ୍ମୋଚନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ସେହିପରି କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟର ପୁସ୍ତକ ଛପା କାମ ଆରମ୍ଭ ହୋଇଥିବା ଓଡିଶା ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥା ସୂଚନା ଦେଇଛି। ମେ’ ମାସ ସୁଦ୍ଧା ବଜାରରେ ସମସ୍ତ ଯୁକ୍ତ ଦୁଇ ବହି ଉପଲବ୍ଧ ହେବ।

ଓଡ଼ିଶା ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶିକା ଗୀତିକା ପଟ୍ଟନାୟକ କହିଛନ୍ତି, ସିଏଚଏସଇ ଦ୍ୱାରା ଅନୁମୋଦିତ ସିଲାବସ୍ ଆମେ ପାଇ ସାରିଛୁ। ଆମେ କାମ ମଧ୍ୟ ଆରମ୍ଭ କରି ଦେଲୁଣି। ବିଭିନ୍ନ ବିଷୟର ଲେଖକଙ୍କୁ ଡାକି ଆମେ କାମ ଦେଇ ଦେଇଛୁ। ଆଜି ଭୋକେସନାଲ କୋର୍ସର ଫ୍ୟାସନ୍ ଟେକ୍ନୋଲୋଜି ପୁସ୍ତକକୁ ଉନ୍ମୋଚନ କରାଯାଇଛି।

ସର୍ବଭାରତୀୟ ଇଂଜିନିୟରିଂ ଓ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ କିଭଳି ଅଧିକ ସଫଳତା ପାଇବେ ତାକୁ ଦୃଷ୍ଟିରେ ରଖି ନୂଆ ସିଲାବସ୍ ପ୍ରସ୍ତୁତ କରାଯାଇଛି। ନୂଆ ଢାଞ୍ଚାରେ ୭୦ ପ୍ରତିଶତ ଅବଜେକଟିଭ୍ ଓ ୩୦ ପ୍ରତିଶତ ସବ୍ଜେକଟିଭ୍ ପ୍ରଶ୍ନ ରହିବ। ଆସନ୍ତା ମେ ସୁଦ୍ଧା ଯୁକ୍ତ ଦୁଇର ସମସ୍ତ ନୂଆ ବହି ବଜାରରେ ମିଳିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଯୁକ୍ତ ଦୁଇରେ ସିବିଏସଇ ଢାଞ୍ଚାରେ ପାଠପଢ଼ା ଯିବ। ସେଥିପାଇଁ ବହି ପ୍ରସ୍ତୁତ କରିବାକୁ ଓଡ଼ିଶା ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥାକୁ କୁହାଯାଇଛି। ଆସନ୍ତା ଏପ୍ରିଲ-ମେ’ ମାସ ସୁଦ୍ଧା ବହି ପ୍ରସ୍ତୃତି କାମ ଶେଷ ହେବ ଓ ପିଲାମାନଙ୍କ ପାଖରେ ପହଞ୍ଚିବ।

ରାଜ୍ୟରେ ପ୍ରତିବର୍ଷ  ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇରେ ନାଁ ଲେଖାଇଥା’ନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ଠିକ୍ ସମୟରେ ବହି ଯୋଗାଇଦେବା ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥା ପାଇଁ ଚ୍ୟାଲେଞ୍ଜ୍ ହେବ।

Related story