MBBS 2018: ମାର୍ଚ୍ଚ ୭ରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ପଞ୍ଜିକରଣ

ନୂଆଦିଲ୍ଲୀ: ପୁଦ୍ଦୁଚେରୀସ୍ଥିତ ଜବାହାରଲାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଓ ରିର୍ସର୍ଚ୍ଚ (JIPMER) ପ୍ରତିଷ୍ଠାନ ପକ୍ଷରୁ ଖୁବ୍‌ଶୀଘ୍ର ଅନଲାଇନ୍‌ ପଞ୍ଜିକରଣ ଆରମ୍ଭ ହେଉଛି। MBBS ଲାଗି ପ୍ରବେଶିକା ପରୀକ୍ଷା ୨୦୧୮ ମାର୍ଚ୍ଚ ୭ରେ ଅନୁଷ୍ଠିତ ହେଉଛି । ଏହି ପରୀକ୍ଷା ଲାଗି ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଗତବର୍ଷ ମାର୍ଚ୍ଚ ୨୭ରେ ଏହି ପ୍ରକିୟା ଆରମ୍ଭ ହୋଇଥିଲା। JIPMER ପକ୍ଷରୁ ଜାରୀ ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୧୮ ଜୁନ୍‌ ୩ […]

jipmer

Rakesh Mallick
  • Published: Thursday, 30 November 2017
  • , Updated: 01 December 2017, 04:12 PM IST

ନୂଆଦିଲ୍ଲୀ: ପୁଦ୍ଦୁଚେରୀସ୍ଥିତ ଜବାହାରଲାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଓ ରିର୍ସର୍ଚ୍ଚ (JIPMER) ପ୍ରତିଷ୍ଠାନ ପକ୍ଷରୁ ଖୁବ୍‌ଶୀଘ୍ର ଅନଲାଇନ୍‌ ପଞ୍ଜିକରଣ ଆରମ୍ଭ ହେଉଛି। MBBS ଲାଗି ପ୍ରବେଶିକା ପରୀକ୍ଷା ୨୦୧୮ ମାର୍ଚ୍ଚ ୭ରେ ଅନୁଷ୍ଠିତ ହେଉଛି । ଏହି ପରୀକ୍ଷା ଲାଗି ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଗତବର୍ଷ ମାର୍ଚ୍ଚ ୨୭ରେ ଏହି ପ୍ରକିୟା ଆରମ୍ଭ ହୋଇଥିଲା।

JIPMER ପକ୍ଷରୁ ଜାରୀ ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୧୮ ଜୁନ୍‌ ୩ ତାରିଖରେ MBBS ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଣୁ ଇଚ୍ଛୁକ ପ୍ରାର୍ଥୀମାନେ www.jipmer.puducherry.gov.in ରେ ଲଗ୍‌ଇନ୍ କରି  ସମ୍ପୁର୍ଣ୍ଣ ବିବରଣୀ ଜାଣିପାରିବେ ।

ଗତବର୍ଷ ୪ ଜୁନ୍‌ରେ ୨୦୦ ସିଟ୍‌ ପାଇଁ ଅନୁଷ୍ଠିତ ହୋଇଥିଲା ଏହି ପରୀକ୍ଷା। ଦେଶର ୭୫ ସହର ଓ ୩୩୯ କେନ୍ଦ୍ରରେ ଆୟୋଜିତ ପରୀକ୍ଷାରେ ବସିଥିଲେ ୧,୬୬୩,୮୯ଜଣ ପରୀକ୍ଷାର୍ଥୀ।

Related story