ମେଡିକାଲ୍‌ କୋର୍ସ ପାଇଁ ହେବ ଏନ୍‌ଇଇଟି

ଭୁବନେଶ୍ୱର: ସାରା ଦେଶରେ ମେଡିକାଲ୍‌ ପାଠ୍ୟକ୍ରମ ପାଇଁ  ନ୍ୟାସନାଲ୍‌ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ବା ଏନ୍‌ଇଇଟି ଲାଗୁ କରିବା ପାଇଁ ସୋମବାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହା ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ମାମଲାର ଫଇସଲା ନ ହେବା ପର୍ଯ୍ୟନ୍ତ ଏନ୍‌ଇଇଟି କରିବାକୁ ମେଡିକାଲ୍‌ କାଉନସିଲ୍‌ ଅଫ୍ ଇଣ୍ଡିଆ  ବା ଏମ୍‌ସିଆଇକୁ ଅନୁମତି ଦେଇଛନ୍ତି। ଏମ୍‌ବିବିଏସ୍‌, ବିଡିଏସ୍‌ ଏବଂ ପିଜି କୋର୍ସରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଏଣିକି ଗୋଟିଏ […]

medical

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 04:04 PM IST

ଭୁବନେଶ୍ୱର: ସାରା ଦେଶରେ ମେଡିକାଲ୍‌ ପାଠ୍ୟକ୍ରମ ପାଇଁ  ନ୍ୟାସନାଲ୍‌ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ବା ଏନ୍‌ଇଇଟି ଲାଗୁ କରିବା ପାଇଁ ସୋମବାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହା ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ମାମଲାର ଫଇସଲା ନ ହେବା ପର୍ଯ୍ୟନ୍ତ ଏନ୍‌ଇଇଟି କରିବାକୁ ମେଡିକାଲ୍‌ କାଉନସିଲ୍‌ ଅଫ୍ ଇଣ୍ଡିଆ  ବା ଏମ୍‌ସିଆଇକୁ ଅନୁମତି ଦେଇଛନ୍ତି।

ଏମ୍‌ବିବିଏସ୍‌, ବିଡିଏସ୍‌ ଏବଂ ପିଜି କୋର୍ସରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଏଣିକି ଗୋଟିଏ ଏଣ୍ଟ୍ରାନ୍ସ ଦେବେ। କମନ ଏଣ୍ଟ୍ରାନ୍ସର ରାଙ୍କ ଅନୁସାରେ ଦେଶର ସମସ୍ତ ମେଡିକାଲ କଲେଜ ଓ ଡିମ୍‌ଡ ୟୁନିଭର୍ସିଟିରେ ଛାତ୍ରଛାତ୍ରୀ ଆଡମିଶନ କରିପାରିବେ।

ଜଣେ ଛାତ୍ରୀ କହିଛନ୍ତି, “ଏହା ନିଶ୍ଚିତ ଭଲ କଥା। ଗୋଟିଏ ପରୀକ୍ଷା ହୋଇ ରାଙ୍କ ମିଳିବ। ଦେଶରେ ଯେ କୌଣସି ଇନଷ୍ଟିଚ୍ୟୁଟ୍‌ରେ ଚାହିଁବେ ପଢି ପାରିବେ। ଏହା ଆମ ପାଇଁ ସୁବିଧା ହେବ।”

କୋର୍ଟଙ୍କ ରାୟକୁ ଶିକ୍ଷାବିତମାନେ ସ୍ୱାଗତ କରିଛନ୍ତି। ଶିକ୍ଷାବିତ ପ୍ରିତୀଶ ଆଚାର୍ଯ୍ୟ କହିଛନ୍ତି, “ଦେଶରେ ଗୋଟିଏ ପରୀକ୍ଷା ହେଲେ ଏଣ୍ଟ୍ରାନ୍ସ, ରାଙ୍କ ଓ ଆଡମିଶନ ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ। ଘରୋଇ ଓ ଡିମଡ ୟୁନିଭର୍ସିଟିଗୁଡିକ ଆଉ ମନ ଇଚ୍ଛା ଆଡମିଶନ କରିପାରିବେ ନାହିଁ। ଏବେ ସାରା ଦେଶରେ ମେଡିକାଲ ପାଠ୍ୟକ୍ରମ ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ହେଉଛି। ସର୍ବଭାରତୀୟ ସ୍ତରରେ ଏଆଇପିଏମ୍‌ଟି ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହି ଆଧାରରେ ସବୁ ଶିକ୍ଷାନୁଷ୍ଠାନରେ ଆଡମିଶନ ହେଉନାହିଁ। ଏହାଦ୍ୱାରା ମେଡିକାଲ ଶିକ୍ଷାରେ ଯେଉଁ ବ୍ୟବସାୟ ଚାଲିଥିଲା, ସେଥିରେ ରୋକ୍‌ ଲାଗିବ।”

୨୦୧୩ରେ ଏମ୍‌ବିବିଏସ୍‌, ବିଡିଏସ୍‌ ଏବଂ ପିଜି କୋର୍ସ ପାଇଁ ଏମସିଆଇର କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ବିଜ୍ଞପ୍ତିକୁ ଅବୈଧ ବୋଲି କୋର୍ଟ ଦର୍ଶାଇଥିଲେ। ତା’ ସହିତ ଏହା ସମ୍ୱିଧାନ ବିରୋଧୀ ବୋଲି କୋର୍ଟ ମତ ଦେଇଥିଲେ।

Related story