ମୁଣ୍ଡବିନ୍ଧାକୁ ସାମାନ୍ୟ ଭାବନ୍ତୁ ନାହିଁ, ଆପଣଙ୍କୁ ମଧ୍ୟ ହୋଇପାରେ ଏହି ରୋଗ 

ମାଇଗ୍ରେନ୍‌ ସମସ୍ୟା ଆଜିକାଲି ସାଧାରଣ ହୋଇଗଲାଣି। ଏହା ଏକ ମୁଣ୍ଡ ବିନ୍ଧା ବେମାରି। ଏହି ରୋଗରେ ଆକ୍ରାନ୍ତ ରୋଗୀର ମୁଣ୍ଡର ଗୋଟିଏ ପାଖ ଭୀଷଣ ବିନ୍ଧା ହୋଇଥାଏ। ପ୍ରବଳ ମୁଣ୍ଡବିନ୍ଧା ସହ ବାନ୍ତି ହେବା ଲକ୍ଷଣ ଦେଖା ଦେଲେ ହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। କାରଣ ମାଇଗ୍ରେନ କାରଣରୁ ପକ୍ଷଘାତ ଓ ବ୍ରେନ୍‌ ହାମ୍‌ରେଜ୍‌ ହେବାର ଆଶଙ୍କା ବି ରହିଛି। ପୁରୁଷଙ୍କ ଅପେକ୍ଷା ମହିଳା ମାନେ ମାଇଗ୍ରେନ ଜନିତ ମୁଣ୍ଡବିନ୍ଧାରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। […]

migrain

Rakesh Mallick
  • Published: Sunday, 11 February 2018
  • , Updated: 11 February 2018, 02:20 PM IST

ମାଇଗ୍ରେନ୍‌ ସମସ୍ୟା ଆଜିକାଲି ସାଧାରଣ ହୋଇଗଲାଣି। ଏହା ଏକ ମୁଣ୍ଡ ବିନ୍ଧା ବେମାରି। ଏହି ରୋଗରେ ଆକ୍ରାନ୍ତ ରୋଗୀର ମୁଣ୍ଡର ଗୋଟିଏ ପାଖ ଭୀଷଣ ବିନ୍ଧା ହୋଇଥାଏ। ପ୍ରବଳ ମୁଣ୍ଡବିନ୍ଧା ସହ ବାନ୍ତି ହେବା ଲକ୍ଷଣ ଦେଖା ଦେଲେ ହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। କାରଣ ମାଇଗ୍ରେନ କାରଣରୁ ପକ୍ଷଘାତ ଓ ବ୍ରେନ୍‌ ହାମ୍‌ରେଜ୍‌ ହେବାର ଆଶଙ୍କା ବି ରହିଛି। ପୁରୁଷଙ୍କ ଅପେକ୍ଷା ମହିଳା ମାନେ ମାଇଗ୍ରେନ ଜନିତ ମୁଣ୍ଡବିନ୍ଧାରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ମାଇଗ୍ରେନ ରୋଗର ଲକ୍ଷଣ, କାରଣ ଓ ଏହାର ନିରାକରଣର ଘରୋଇ ଉପାୟ ସଂପର୍କରେ।

ଲକ୍ଷଣ

-    ଆଖି ଦରଜ ହେବା ଓ ସଠିକ ଦେଖା ନଯିବା

-    ଅଧା କପାଳ ଅବା ପୂରା ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହେବା

-    ଜୋର ଶଦ୍ଦ ଓ ଅଧିକ ଆଲୁଅକୁ ଡର ଲାଗିବା

-    ବାନ୍ତି ହେବା, ଦେହ ଭଲ ନ ଲାଗିବା, କୌଣସି କାମ କରିବାକୁ ଇଚ୍ଛା ନ ଲାଗିବା

-    ଭୋକ କମ୍‌ ଲାଗିବା, ଝାଳ ଅଧିକ ବୋହିବା, ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖାଦେଲେ ବିଳମ୍ୱ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କାରଣ

ମାଇଗ୍ରେନର ନିର୍ଦ୍ଦିଷ୍ଟ କାରଣ ସଂପର୍କରେ ଜଣାପଡିନାହିଁ। ତେବେ ଉଚ୍ଚ ରକ୍ତଚାପ, ଅଧିକ ଚିନ୍ତା, ସଠିକ ଭାବେ ନିଦ ନହେବା ଓ ପେନ୍‌କ୍ଲିଅର ଔଷଧ ଅଧିକ ମାତ୍ରାରେ ଖାଇବା ଦ୍ୱାରା ମାଇଗ୍ରେନ ସମସ୍ୟା ଦେଖା ଦେଇଥାଏ।

ଘରୋଇ ଉପଚାର

-    ଦେଶୀ ଘିଅରୁ ଦୁଇ-ଦୁଇ ବୁନ୍ଦା ନାକରେ ପକାଇବା ଦ୍ୱାରା ମାଇଗ୍ରେନରୁ ଆରାମ ମିଳିଥାଏ।

-    ଉଷୁମ ତେଲକୁ ମୁଣ୍ଡ ବିନ୍ଧା ହେଉଥିବା ଜାଗାରେ ମାଲିସ କରନ୍ତୁ। ମୁଣ୍ଡ ସହ କାନ୍ଧ, ହାତ  ପାଦ ମଧ୍ୟ ମାଲିସ କରନ୍ତୁ।

-    ସକାଳ ସମୟରେ ଖାଲି ପେଟରେ ସେଓ ଖାଆନ୍ତୁ।

-    ଅଧ କପାଳି ମୁଣ୍ଡବିନ୍ଧା ସମୟରେ ରୋଗୀକୁ ଖଟରେ ଶୁଆଇ ଦିଅନ୍ତୁ ଏବଂ ନାକରେ ଦୁଇ ଦୁଇ ବୁନ୍ଦା ସୋରିଷ ତେଲ ପକାନ୍ତୁ। ତାଗ୍ଦପରେ ରୋଗୀଙ୍କୁ ଜୋରରେ ନିଶ୍ୱାସ ନେବାକୁ କୁହନ୍ତୁ। ଏମିତି କଲେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ।

-    ଘିଅରେ କର୍ପୂର ମିଶାଇ ମୁଣ୍ଡରେ ମାଲିସ କରନ୍ତୁ । ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ।

-    ଲେମ୍ୱୁ ଚୋପାକୁ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କପାଳରେ ଲଗାନ୍ତୁ।  ଅଧ କପାଳି ବିନ୍ଧାରୁ ମୁକ୍ତି ପାଇପାରିବେ।

-    ମାଇଗ୍ରେନ ରୋଗୀ ପାଣି ଅଧିକ ମାତ୍ରାରେ ପିଅନ୍ତୁ। ଚା ମଧ୍ୟ ପିଇପାରିବେ।

-    ବନ୍ଧାକୋବି ପତ୍ରକୁ ବାଟି ମୁଣ୍ଡରେ ଲଗାଇବା ଦ୍ୱାରା ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ ।

Related story