ଆସନ୍ତା ସପ୍ତାହରେ ଖଣି ନିଲାମୀ ବିଜ୍ଞପ୍ତି: ପ୍ରଥମ ପର୍ଯ୍ୟାୟରେ ସାମିଲ ହେବ ୨ଟି ଲୁହାପଥର ଖଣି

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମ ନେଇ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆସନ୍ତା ମଙ୍ଗଳ କିମ୍ୱା ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି ବୋଲି ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂଶୋଧିତ ଏମ୍.ଏମ୍.ଡି.ଆର୍ ଆକ୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨ଟି ଲୁହାପଥର ଖଣି ନିଲାମୀରେ ସାମିଲ ହେବ। ଏହି ଦୁଇଟି ଖଣିର ଟେଣ୍ଡର୍ ଡକ୍ୟୁମେଣ୍ଟକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ସେହିପରି ମେଟାଲ୍ ଆଣ୍ଡ ସ୍କ୍ରାପ୍ ଟ୍ରେଡିଂ କର୍ପୋରେସନ ବା […]

mines

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 02:09 PM IST

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମ ନେଇ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆସନ୍ତା ମଙ୍ଗଳ କିମ୍ୱା ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି ବୋଲି ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସଂଶୋଧିତ ଏମ୍.ଏମ୍.ଡି.ଆର୍ ଆକ୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨ଟି ଲୁହାପଥର ଖଣି ନିଲାମୀରେ ସାମିଲ ହେବ। ଏହି ଦୁଇଟି ଖଣିର ଟେଣ୍ଡର୍ ଡକ୍ୟୁମେଣ୍ଟକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ସେହିପରି ମେଟାଲ୍ ଆଣ୍ଡ ସ୍କ୍ରାପ୍ ଟ୍ରେଡିଂ କର୍ପୋରେସନ ବା ଏମଏସଟିସିକୁ ଅକସନ୍ ପ୍ଲାଟଫର୍ମ ଓ ଏସବିଆଇ କ୍ୟାପ୍ସକୁ ଟ୍ରାନଜାକସନ୍ ଆଡଭାଇଜର୍ ନିଯୁକ୍ତ କରାଯାଇଛି।

ଆଜି ଏହି ଦୁଇ ସଂସ୍ଥାଙ୍କ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ତେବେ ଏହି ଦୁଇଟି ଖଣି ମଧ୍ୟରୁ ଗୋଟିଏ ଜି-ଥ୍ରୀ ଲେଭଲର୍ ହୋଇଥିବାରୁ  ଟେଣ୍ଡର ପାଇଁ କେନ୍ଦ୍ରର ଅନୁମତି ଲୋଡ଼ାଯାଇଛି। ରାଜ୍ୟର ୧୨ଟି ଖଣି ନିଲାମ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ଦୁଇ ଦୁଇଟି କରି ପର୍ଯ୍ୟାୟକ୍ରମେ ଖଣି ନିଲାମ କରାଯିବ ବୋଲି ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି।

Related story