ପୁରୀ: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବିରେ କଂଗ୍ରେସର କୃଷ୍ଣପ୍ରସାଦ ବ୍ଲକ୍‌ ବନ୍ଦ

ପୁରୀ: ଦିନକୁ ଦିନ ଲୁଲୁ–ସଞ୍ଜୟ ବିବାଦ ଘନେଇବାରେ ଲାଗିଛି। ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବିରେ ଆଜି ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକରେ ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  କଂଗ୍ରେସ କର୍ମୀମାନେ ପିକେଟିଂ କରି ରାସ୍ତା ରୋକ କରିଛନ୍ତି। ଫଳରେ ଯାନବାହନ ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି। ସେହିପରି ଡଙ୍ଗା ଚଳାଚଳ ମଧ୍ୟ ବନ୍ଦ ରହିଛି। ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗିରଫ, ଫାଇଲିନ୍ ସହାୟତା ଓ ରାସନକାର୍ଡ […]

banda

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 09:52 AM IST

ପୁରୀ: ଦିନକୁ ଦିନ ଲୁଲୁ–ସଞ୍ଜୟ ବିବାଦ ଘନେଇବାରେ ଲାଗିଛି। ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବିରେ ଆଜି ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକରେ ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  କଂଗ୍ରେସ କର୍ମୀମାନେ ପିକେଟିଂ କରି ରାସ୍ତା ରୋକ କରିଛନ୍ତି। ଫଳରେ ଯାନବାହନ ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି। ସେହିପରି ଡଙ୍ଗା ଚଳାଚଳ ମଧ୍ୟ ବନ୍ଦ ରହିଛି। ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗିରଫ, ଫାଇଲିନ୍ ସହାୟତା ଓ ରାସନକାର୍ଡ ଦୁର୍ନୀତିର ତଦନ୍ତ ଦାବି ନେଇ ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଗତ ୨୧ ତାରିଖ ଦିନ କଂଗ୍ରେସ ପକ୍ଷରୁ ବ୍ରହ୍ମଗିରି ବନ୍ଦ ଡାକାରା ଦିଆଯାଇଥିଲା। ଗତ ୨୨ ତାରିଖରେ ଯୁବ ଓ ଛାତ୍ର ବିଜେଡି କର୍ମୀ ଓ ନେତାମାନେ ବ୍ରହ୍ମଗିରିରୁ ବାଇକ ରାଲି କରି କଟକରେ ପହଞ୍ଚି ପୋଲିସ୍ ଡିଜିଙ୍କୁ ସ୍ମାରକ ପତ୍ର ଦେବା ସହ କଂଗ୍ରେସର ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କ ଗିରଫ ଦାବି କରିଥିଲେ।

ସଞ୍ଜୟ ଦାସବର୍ମା ଏଟି ଗ୍ରୁପଠାରୁ ଏକ ପାଜେରୋ ଗାଡ଼ି ଉପହାର ପାଇଥିବା ନେଇ ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଅଭିଯୋଗ କରିଥିଲେ।

Related story