ଶବକୁ ଅସମ୍ମାନ: ଟ୍ରଲି ପରେ ଷ୍ଟ୍ରେଚ୍‌ରରେ ଗଲା ମୃତଦେହ
ଫୁଲବାଣୀ: ‘ମତେ ଯେତେ ମାଠିକୁ ମାଠ, ମୁଁ ସେହି ଦରପୋଡ଼ା କାଠ’ ଋଢି ଯେମିତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୀତି ଓ ଆଦର୍ଶରେ ପରିଣତ ହୋଇଗଲାଣି। ଦାନ ମାଝି ସ୍ତ୍ରୀର ଶବ କାନ୍ଧରେ ବୋହିବା ଘଟଣା ପରେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସାମାନ୍ୟତମ ତତ୍ପରତା ପ୍ରକାଶ ପାଇନାହିଁ। କାରଣ ଏହି ଘଟଣା ପରେ ଶବ ଟ୍ରଲିରେ ବୁହା ହେବା ଭଳି ଅଭାବନୀୟ ଘଟଣା ରାଜ୍ୟରେ ଘଟି ଯାଇଛି। ଏଥର ଟ୍ରଲି ନୁହେଁ ମେଡିକାଲରୁ ଶବ ଯାଉଥିଲା ଷ୍ଟ୍ରେଚରରେ। ଯାହା ଗରିବ ପରିବାରକୁ ସରକାରଙ୍କ କଟାକ୍ଷ ଭଳି ଥିଲା।
[vc_video link="" align="center"]
ପ୍ରଥମେ କାନ୍ଧରେ ଗଲା ଶବ। ଏହା ପରେ ଟ୍ରଲିରେ। ଆଉ ଏବେ ଷ୍ଟ୍ରେଚରରେ। ସତେ ଯେମିତି ଏହାର ପ୍ରତିକାର ପ୍ରତି ସ୍ୱାସ୍ଥ୍ୟ ବିଭାଗ ଆଖି ବୁଜି ଦେଇଛି। ଆଜି ଫୁଲବାଣୀରେ ଜଣେ ବ୍ୟକ୍ତି ତା’ର ନାବାଳିକା ଝିଅର ଶବକୁ ବୋହି ନେଉଥିବା ଦୃଶ୍ୟ ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆକୁ ପଦାରେ ପକାଇଛି।
ରାଜ୍ୟରେ ଟ୍ରଲିରେ ଶବ ନିଆଯିବା ଏହା ପ୍ରଥମ ଘଟଣା ନୁହେଁ। ଦାନ ମାଝି ସ୍ତ୍ରୀର ଶବକୁ କାନ୍ଧରେ ନେଇ ସାରା ବିଶ୍ୱରେ ଓଡ଼ିଶାରେ ଦାରିଦ୍ର୍ୟତାର ସ୍ଥିତିକୁ ଜାହିର କରିଥିଲେ। ଏହାର କିଛି ଦିନ ପରେ ରାଜ୍ୟ ରାଜଧାନୀରେ ଦେଖିବାକୁ ମିଳିଥିଲା ଦାରିଦ୍ର୍ୟର ଆଉ ଏକ ନଗ୍ନ ଦୃଶ୍ୟ। କ୍ୟାପିଟାଲ ହସପିଟାଲରୁ ମଶାଣିକୁ ଶବ ଯାଇଥିଲା ଟ୍ରଲିରେ। ଏହାପରେ ଜୁନ ୪ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ। ଏକ ୬ ବର୍ଷର ଶିଶୁପୁତ୍ରର ଶବକୁ ଗରିବ ବାପା ଟ୍ରଲିରେ ନେଉଥିବା ଦୃଶ୍ୟ ଥିଲା ବେଶ ହୃଦୟ ବିଦାରକ।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କାହିଁକି କୌଣସି ପଦକ୍ଷେପ ନେଉନାହିଁ। ଯେଉଁ ମେଡିକାଲରୁ ଶବ ଏପରି ଘରକୁ ଯାଉଛି ସେ ମେଡିକାଲର କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ଏହି ଅଭାବନୀୟ ଘଟଣା ବାରମ୍ବାର ଦେଖିବାକୁ ମିଳନ୍ତା ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।
Ordigital Desk
• Published: Monday, 12 June 2017
• Updated: 12 June 2017, 06:54 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos