ଆଇବ୍ରୋ ଥ୍ରେଡିଙ୍ଗ୍‌ କରୁଛନ୍ତି କି?  ଜାଣନ୍ତୁ କେଉଁଠି ହୁଏ ଭୁଲ, କ’ଣ କରିବା ଉଚିତ୍‌

ଆଜିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। କିଏ ବିୟୁଟି ପାର୍ଲର ଯାଇ ମୁହଁକୁ ସଜାଏ ତ ଆଉ କିଏ ବଜାରରେ ମିଳୁଥିବା ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାଏ। ହେଲେ ଚେହେରାର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଆଇବ୍ରୋ ବା ଭ୍ରୁଲତା। ତେଣୁ ମହିଳାମାନେ ଆଇବ୍ରୋର ଖୁବ୍‌ ଯତ୍ନ ନେଇଥାନ୍ତି। କିନ୍ତୁ ଦେଖାଯାଏ ଆଇବ୍ରୋ ଥ୍ରେଡିଙ୍ଗ୍‌ କରିବା ସମୟରେ ଆମେ କିଛିଟା ଭୁଲ କରିଥାଉ। ଯାହାକି ଆମ ସୌନ୍ଦର୍ଯ୍ୟକୁ ଅସୁନ୍ଦର କରି ଦେଇଥାଏ। ଆସନ୍ତୁ ଜାଣିବା ଥ୍ରେଡିଙ୍ଗ୍‌ […]

eyebrow

eyebrow

Rakesh Mallick
  • Published: Tuesday, 14 November 2017
  • Updated: 14 November 2017, 07:56 PM IST

Sports

Latest News

ଆଜିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। କିଏ ବିୟୁଟି ପାର୍ଲର ଯାଇ ମୁହଁକୁ ସଜାଏ ତ ଆଉ କିଏ ବଜାରରେ ମିଳୁଥିବା ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାଏ। ହେଲେ ଚେହେରାର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଆଇବ୍ରୋ ବା ଭ୍ରୁଲତା। ତେଣୁ ମହିଳାମାନେ ଆଇବ୍ରୋର ଖୁବ୍‌ ଯତ୍ନ ନେଇଥାନ୍ତି। କିନ୍ତୁ ଦେଖାଯାଏ ଆଇବ୍ରୋ ଥ୍ରେଡିଙ୍ଗ୍‌ କରିବା ସମୟରେ ଆମେ କିଛିଟା ଭୁଲ କରିଥାଉ। ଯାହାକି ଆମ ସୌନ୍ଦର୍ଯ୍ୟକୁ ଅସୁନ୍ଦର କରି ଦେଇଥାଏ।

ଆସନ୍ତୁ ଜାଣିବା ଥ୍ରେଡିଙ୍ଗ୍‌ କରିବା ସମୟରେ ଆମେ କ’ଣ ସବୁ ଭୁଲ୍‌ କରିଥାଉ ଓ ଏହାଦ୍ୱାରା କ’ଣ ଅସୁବିଧା ହୋଇଥାଏ।

-ଅନେକ ସମୟରେ ଦେଖାଯାଏ ମହିଳାମାନେ ଥ୍ରେଡିଙ୍ଗ୍‌ କରିବା ପରେ ସେହି ସ୍ଥାନକୁ ସ୍ପର୍ଶ କରିଥାନ୍ତି। ଏପରି କରିବା ଦ୍ୱାରା ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେବଳ ସେତିକି ନୁହେଁ ଆଇବ୍ରୋ ନିକଟରେ କୁଣ୍ଡେଇ ମଧ୍ୟ ହୋଇପାରେ।

-ମହିଳାମାନେ ଯେତେବେଳେ କୌଣସି ପାର୍ଟିକୁ ଯିବାକୁ ଥାଏ,ଏହି ସମୟରେ ସେମାନେ ଥ୍ରେଡିଙ୍ଗ କାରିବାକୁ ପାଲର୍ର ଯାଇଥାନ୍ତି। ଏପରି କରନ୍ତୁ ନାହିଁ।  ଥ୍ରେଡିଙ୍ଗ କରିବାର ୪ ଘଣ୍ଟା ପରେ ମେକ୍‌ଅପ୍‌ କରନ୍ତୁ। ନହେଲେ ପିମ୍ପଲସ୍‌ ସମସ୍ୟା ଦେଖାଦେଇପାରେ।

- ଅନେକ ମହିଳା ଆଇବ୍ରୋ ଥ୍ରେଡିଙ୍ଗ କରିବା ପରେ କିଛି କ୍ରିମ୍‌ ଲଗାନ୍ତି ନାହିଁ। ଫଳରେ ସେହି ସ୍ଥାନର ତ୍ୱଚା ଡ୍ରାଏ ହୋଇଯାଇ ଜଳାପୋଡ଼ା କରେ କିମ୍ୱା କୁଣ୍ଡେଇ ହୋଇଥାଏ। ଏଥିପାଇଁ ମଶ୍ଚରାଇଜର ମସାଜ୍‌  ନିହାତି ଜରୁରୀ।

-ଥ୍ରେଡିଙ୍ଗ କରିବା ପରେ ଯଦି କୁଣ୍ଡେଇ ହୁଏ ସେହି ଜାଗାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଗୋଲାପ ଜଳରେ ଆଲବେରା ମିଶାଇ ତ୍ୱଚାରେ ମାଲିସ କରନ୍ତୁ।

ଆହୁରି ମଧ୍ୟ ପଢନ୍ତୁ: ଫଳ ଚୋପା ଫିଙ୍ଗି ଦେଉଛନ୍ତି କି? ଜାଣନ୍ତୁ ଏହାକୁ ବ୍ୟବହାର କରି କେମିତି ବଢ଼ାଇ ପାରିବେ ତ୍ୱଚାର ସୌନ୍ଦର୍ଯ୍ୟ  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos