କାର୍ଯ୍ୟକାରିଣୀରେ ଗରିବଙ୍କ ଚିନ୍ତା: ବିକାଶ ପାଇଁ ମୋଦିଙ୍କ ମିଶନ ୨୦୨୨

ଭୁବନେଶ୍ୱର: ଗରିବଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ବିଜେପିର ମିଶନ ୨୦୨୨। ଭୁବନେଶ୍ୱର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଶେଷ ଦିନରେ ଏପରି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଫୋକସ୍‌ରେ ଥିଲା ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ। ଏହାସହ ପ୍ରୋ ପିପୁଲ ଓ ଗୁଡ ଗଭର୍ଣ୍ଣାନ୍ସ କଥା କହିଥିଲେ ମୋଦି। କାର୍ଯ୍ୟକାରିଣୀରେ ଆଗାମି ୩ ମାସ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇଥିଲା। ପଛୁଆ ବର୍ଗଙ୍କ ବିକାଶ ପାଇଁ ମୋଶନ ମୁଡରେ କାମ ହେବ […]

modi

Rakesh Mallick
  • Published: Sunday, 16 April 2017
  • , Updated: 17 April 2017, 07:05 AM IST

ଭୁବନେଶ୍ୱର: ଗରିବଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ବିଜେପିର ମିଶନ ୨୦୨୨। ଭୁବନେଶ୍ୱର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଶେଷ ଦିନରେ ଏପରି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଫୋକସ୍‌ରେ ଥିଲା ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ। ଏହାସହ ପ୍ରୋ ପିପୁଲ ଓ ଗୁଡ ଗଭର୍ଣ୍ଣାନ୍ସ କଥା କହିଥିଲେ ମୋଦି। କାର୍ଯ୍ୟକାରିଣୀରେ ଆଗାମି ୩ ମାସ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇଥିଲା।

ପଛୁଆ ବର୍ଗଙ୍କ ବିକାଶ ପାଇଁ ମୋଶନ ମୁଡରେ କାମ ହେବ ଓ ଏଥିପାଇଁ ୨୦୨୨କୁ ଡେଡଲାଇନ୍‌ ରଖିଛନ୍ତି ମୋଦି। ସେହିପରି ଜନ ଧନ, ବନ ଜନ ଓ ଜଳ ଧନ ଉପରେ ଗୁରୁତ୍ୱ ଦେଇଛନ୍ତି। ଧନଜନରେ ୨୮ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଥିବା କହିବା ସହ ବନ ଧନରେ ଆଦିବାସୀଙ୍କ ବିକାଶ ଓ ଜଳ ଧନରେ ପ୍ରଧାନମନ୍ତ୍ରୀ ସିଚାଇ ଯୋଜନାକୁ ଗୁରୁତ୍ୱ ଦେଇଥିଲେ। ଏହାସହ ପ୍ରୋ ପିପୁଲ ଓ ଗୁଡ ଭଗର୍ଣ୍ଣାସ୍‌ର ନାରା ଦେଇଥିଲେ ପ୍ରଧାନମନ୍ତ୍ରୀ। ଏନେଇ କାର୍ଯ୍ୟକାରିଣୀ ସରିବା ପରେ ଏକ ସାମ୍ବାଦିକ ସମ୍ମିଳନରେ ଏ ନେଇ ସୂଚନା ଦେଇଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକାରୀ।

ପଛୁଆ ବର୍ଗ ଆୟୋଗ ଗଠନ ପ୍ରସ୍ତାବ ଗୃହୀତ

୨ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ ହୋଇଥିଲା। ବିଶେଷ କରି ପଛୁଆ ବର୍ଗ ଆୟୋଗ ନେଇ ଆଲୋଚନା ହୋଇଥିଲା। ଆୟୋଗ ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ସାମ୍ବିଧାନିକ ମାନ୍ୟତା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି। ଏହାଦ୍ୱାରା ୫୨ ପ୍ରତିଶତ ଓବିସି ଉପକୃତ ହେବେ। ଏହି ଆୟୋଗ ଗଠନ ହେଲେ ଓଡ଼ିଶାର ୬୦ ପ୍ରତିଶତ ଲୋକ ଉପକୃତ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବିକାଶ ପାଇଁ ଓଡ଼ିଶାର ଲୋକ ବିଜେପିକୁ ଭୋଟ ଦେଇଛନ୍ତି

କାର୍ଯ୍ୟକାରିଣୀରେ ବିଜେପିର ତୁଙ୍ଗ ନେତାଙ୍କ ଫୋକସ୍‌ରେ ଥିଲା ଓଡ଼ିଶା। ପଞ୍ଚାୟନ ନିର୍ବାଚନ ପରେ ଓଡ଼ିଶାରେ ବିଜେପିର ଭୋଟ୍‌ ହାର ୧୨ରୁ ୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ବିକାଶ ପାଇଁ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି ବୋଲି ପ୍ରକାଶ ଜାଭେଡକର କହିଛନ୍ତି। ସେ କହିଛନ୍ତି,“ଓଡ଼ିଶାରେ ଶିକ୍ଷା, ସ୍ୱସ୍ଥ୍ୟ ଓ ଭିତ୍ତିଭୂମିର ବିକାଶ କରିବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା। ଚିଟ୍‌ଫଣ୍ଡ କେଳେଙ୍କାରୀରେ ଯେଉଁମାନେ ଅଭିଯୁକ୍ତ ସେମାନଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।”

କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ୪୫ ମନ୍ତ୍ରୀ, ୧୩ ରାଜ୍ୟର ମୁଖ୍ୟମନ୍ତ୍ରୀ, ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀ ମନୋହର ଯୋଶୀଙ୍କ ଭଳି ହେବିୱେଟ୍‌ ନେତା ସାମିଲ ହୋଇଥିଲେ। ୩୦୦ରୁ ଅଧିକ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଜନତା ମଇଦାନରେ ପ୍ରସ୍ତୁତ ହୋଇଥିଲା ଆଗାମୀ ୩ ମାସ ପାଇଁ ରୋଡମ୍ୟାପ୍‌।

Related story