ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ୫ ପ୍ରକାର କଥା କହିଲେଣି: ବିଜୟ

ଭୁବନେଶ୍ୱର: ମହାନଦୀ ଜଳ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଞ୍ଚ ଥର ୫ଟା କଥା କହୁଛନ୍ତି। ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ର ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ଅନୁଚିତ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଏହା କହିଛନ୍ତି। ସେ କହିଛନ୍ତି,“ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କାହିଁକି ପଦକ୍ଷେପ ନେଉନାହିଁ। କେନ୍ଦ୍ର କରିଥିବା ବୁଝାମଣା କମିଟି ଭେଳିକି। ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ ହସ୍ତକ୍ଷେପ କରିପାରିବେ। ନ ହେଲେ ରାଜ୍ୟ ସରକାର ଟ୍ରିବ୍ୟୁନାଲକୁ […]

bjp

Rakesh Mallick
  • Published: Tuesday, 31 January 2017
  • , Updated: 31 January 2017, 09:25 PM IST

ଭୁବନେଶ୍ୱର: ମହାନଦୀ ଜଳ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଞ୍ଚ ଥର ୫ଟା କଥା କହୁଛନ୍ତି। ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ର ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ଅନୁଚିତ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଏହା କହିଛନ୍ତି।

ସେ କହିଛନ୍ତି,“ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କାହିଁକି ପଦକ୍ଷେପ ନେଉନାହିଁ। କେନ୍ଦ୍ର କରିଥିବା ବୁଝାମଣା କମିଟି ଭେଳିକି। ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ ହସ୍ତକ୍ଷେପ କରିପାରିବେ। ନ ହେଲେ ରାଜ୍ୟ ସରକାର ଟ୍ରିବ୍ୟୁନାଲକୁ ଯାଆନ୍ତୁ।”

ବିଜୟ ଆହୁରି କହିଛନ୍ତି,“ଟ୍ରିବ୍ୟୁନାଲ ଗଠନ କରିବା ପାଇଁ କେନ୍ଦ୍ର ସରକାର ନିଜ ଆଡୁ ପ୍ରସ୍ତାବ ଦେବା କଥା। ଘଟଣାକୁ ସମସ୍ତେ କାହିଁକି ବଲ୍‌ ଭଳିଆ ଖେଳୁଛନ୍ତି। ସମସ୍ତେ ନିଜ  ରାଜନୈତିକ ସ୍ୱାର୍ଥରେ ଅଛନ୍ତି। କେହି ଓଡ଼ିଶାର ସ୍ୱାର୍ଥକୁ ଧ୍ୟାନ ଦେଉ ନାହାନ୍ତି। ଓଡ଼ିଶାର ସ୍ୱାର୍ଥ ଧ୍ୟାନ ଦେଉଥିଲେ ଟ୍ରିବ୍ୟୁନାଲ ଗଠନ ହୁଅନ୍ତା। କୋର୍ଟ ଯାହା ରାୟ ଦେବେ ତାହା ସମସ୍ତେ ମାନିବେ। ଓଡ଼ିଶାର ସ୍ୱାର୍ଥ ପାଇଁ ଗୋଟିଏ ସ୍ୱର ହେବା ଦରକାର।”

ସେ କହିଛନ୍ତି, “ମହାନଦୀ ପ୍ରସଙ୍ଗର ଛତିଶଗଡ଼ ସରକାର କିଛି ଶୁଣିବା ଅବସ୍ଥାରେ ନାହାନ୍ତି। ସେ ଏକାପକ୍ଷ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ମାର୍ଚ୍ଚ ବେଳକୁ  ଓଡ଼ିଶାରେ ଭୟାଭହ ପରିସ୍ଥିତି ସୃଷ୍ଟି ହେବ। ଛତିଶଗଡ଼ କିନ୍ତୁ ଶୁଣିବାକୁ ପ୍ରସ୍ତୁତ ନୁହେଁ। ରାଜ୍ୟ ସରକାର କୋର୍ଟ ଯାଇଛନ୍ତି। କିନ୍ତୁ ସେଥିପାଇଁ ରାଜ୍ୟ ସରକାରଙ୍କୁ ତତ୍ପରତା ପ୍ରକାଶ କରିବା ଦରକାର।”

ପଞ୍ଚାୟତ ନିର୍ବାଚନରେ ୩୬ ହଜାର ୱାର୍ଡରେ ୱାର୍ଡ ମେମ୍ବର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି।  ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୁତ କରିବା ଦରକାର ବୋଲି ବିଜୟ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପର୍କରେ ବରିଷ୍ଠ ବିଜୟ ମହାପାତ୍ର ଯାହା କହିଛନ୍ତି ତାହା ସତ୍ୟ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି।

ସେ କହିଛନ୍ତି,“ଧର୍ମେନ୍ଦ୍ର ଦିଲ୍ଲୀରୁ ଫେରିବା ପରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦିଅନ୍ତି। ବିଜୟଙ୍କ କଥାକୁ ଧର୍ମେନ୍ଦ୍ର ଓ ତାଙ୍କ ଦଳ ଗୁରୁତ୍ୱ ନ ଦେଲେ ଓଡ଼ିଶାର କ୍ଷତି ହେବ। ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରି ଧର୍ମେନ୍ଦ୍ର ମନ୍ତବ୍ୟ ଦେବା ଦରକାର।”

 

 

 

 

 

Related story