୧୦ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର: ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ୮ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ହେବ। ଏହାଦ୍ୱାରା ତାପମାତ୍ରା ହ୍ରାସ ପାଇବ। ଲଘୁଚାପ ମୌସୁମୀ ଆଣିବାରେ ସହାୟକ ହେବ ବୋଲି ଆଜି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଲଘୁଚାପ ପୂର୍ବରୁ ଅର୍ଥାତ ୪ରୁ ୬ ତାରିଖରେ ରାଜ୍ୟରେ ତାପମାତ୍ରା ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ତାପମାତ୍ରା ବଢ଼ି ପୁଣି ୪୦ ଡିଗ୍ରୀ ହୋଇଯିବ। କିଛି ସ୍ଥାନରେ […]

r

Rakesh Mallick
  • Published: Tuesday, 30 May 2017
  • , Updated: 30 May 2017, 03:00 PM IST

ଭୁବନେଶ୍ୱର: ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ୮ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ହେବ। ଏହାଦ୍ୱାରା ତାପମାତ୍ରା ହ୍ରାସ ପାଇବ। ଲଘୁଚାପ ମୌସୁମୀ ଆଣିବାରେ ସହାୟକ ହେବ ବୋଲି ଆଜି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ତେବେ ଲଘୁଚାପ ପୂର୍ବରୁ ଅର୍ଥାତ ୪ରୁ ୬ ତାରିଖରେ ରାଜ୍ୟରେ ତାପମାତ୍ରା ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ତାପମାତ୍ରା ବଢ଼ି ପୁଣି ୪୦ ଡିଗ୍ରୀ ହୋଇଯିବ। କିଛି ସ୍ଥାନରେ ତାପମାତ୍ରା ୪୨ ଓ ୪୩ ଡିଗ୍ରୀ ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Related story