ମୋର ଅନ୍ୟ କୌଣସି ମହିଳାଙ୍କ ସହିତ ସଂପର୍କ ନାହିଁ: ତାରା ଦତ୍ତ

ଭୁବନେଶ୍ୱର: ନିଜର ବୈବାହିକ ଜୀବନ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜମି କିଣା ବିବାଦକୁ  ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ତାରା ଦତ୍ତ । ଏ ନେଇ ସେ ବିଭିନ୍ନ ଗଣମାଧ୍ୟମକୁ ୪ ପୃଷ୍ଠା ବିଶିଷ୍ଟ ସ୍ପଷ୍ଟୀକରଣ ଦେଇଛନ୍ତି । ବୈବାହିକ ଜୀବନକୁ ନେଇ ଦେଖାଦେଇଥିବା ବିବାଦ ଉପରେ ତାରା ଦତ୍ତ କହିଛନ୍ତି,  ମୋର ବ୍ୟକ୍ତିଗତ ଓ ସାଧାରଣ ଜୀବନ ସମ୍ପୂର୍ଣ୍ଣ ସ୍ୱଚ୍ଛ ।  ମୁଁ  ସର୍ବଦା ବ୍ୟକ୍ତିଗତ ଓ ବୃତ୍ତିଗତ ନୈତିକତାକୁ ଗୁରୁତ୍ୱ […]

tara

Rakesh Mallick
  • Published: Monday, 19 October 2015
  • , Updated: 19 October 2015, 05:42 PM IST

ଭୁବନେଶ୍ୱର: ନିଜର ବୈବାହିକ ଜୀବନ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜମି କିଣା ବିବାଦକୁ  ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ତାରା ଦତ୍ତ । ଏ ନେଇ ସେ ବିଭିନ୍ନ ଗଣମାଧ୍ୟମକୁ ୪ ପୃଷ୍ଠା ବିଶିଷ୍ଟ ସ୍ପଷ୍ଟୀକରଣ ଦେଇଛନ୍ତି । ବୈବାହିକ ଜୀବନକୁ ନେଇ ଦେଖାଦେଇଥିବା ବିବାଦ ଉପରେ ତାରା ଦତ୍ତ କହିଛନ୍ତି,  ମୋର ବ୍ୟକ୍ତିଗତ ଓ ସାଧାରଣ ଜୀବନ ସମ୍ପୂର୍ଣ୍ଣ ସ୍ୱଚ୍ଛ ।  ମୁଁ  ସର୍ବଦା ବ୍ୟକ୍ତିଗତ ଓ ବୃତ୍ତିଗତ ନୈତିକତାକୁ ଗୁରୁତ୍ୱ ଦେଇଥାଏ । ଏଥିସହ ବୈବାହିକ ଜୀବନର ନୈତିକତାକୁ ସର୍ବଦା ବଜାୟ ରଖିଆସିଛି  । ମୋର ଅନ୍ୟ କାହା ସହିତ ଏକ୍ସଟ୍ରା ମାରିଟାଲ୍ ସମ୍ପର୍କ ନାହିଁ । ଏହାକୁ ପ୍ରମାଣ କରିବାକୁ ସବୁ ପ୍ରକାର ପରୀକ୍ଷାକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ତାରା ଦତ୍ତ ଆହୁରି କହିଛନ୍ତି ଯେ, ଏହି ଅଭିଯୋଗ ଉପରେ ମୁଁ ରାଜ୍ୟ ମହିଳା କମିଶନଙ୍କ ନିକଟର ୫ରୁ ୬ ଥର ହାଜିରା ଦେଇଛି । ଆଉ ଏଥିପାଇଁ କୌଣସି ଥର ଅଧିକ ସମୟ ମାଗିନାହିଁ । ଶେଷ ଥର ମହିଳା କମିଶନଙ୍କ ନିକଟରୁ ଗତ ୧୩ ତାରିଖ ସନ୍ଧ୍ୟା ୭ଟାରେ ନୋଟିସ ପାଇଥିଲି । ଏଥିରେ ମୋତେ ପରବର୍ତ୍ତୀ କାର୍ଯ୍ୟ ଦିବସରେ ହାଜର ହେବାକୁ କୁହାଯାଇଥିଲା । ପୂର୍ବ ସବୁ ବୈଠକରେ ହାଜିରା ଦେଇଥିଲି । ଏଥିରେ ବିଳମ୍ୱ କରିବାର କୌଣସି ଅଭିପ୍ରାୟ ନ ଥିଲା ।  ଅଭିଯୋଗକାରିଣୀଙ୍କ ସବୁ ଅଭିଯୋଗର ଲିଖିତ ଓ ମୌଖିକ ଭାବେ ମୁଁ ମୋର ପକ୍ଷ ରଖିଛି । ତେଣୁ କମିଶନ ମୋଠାରୁ ଆଉ କ’ଣ ନୂଆ ତଥ୍ୟ ଜାଣିବାକୁ ଚାହୁଁଛନ୍ତି, ତାହା ମୁଁ ଜାଣିବାକୁ ଚାହୁଁଥିଲି । ଏଥିପାଇଁ ମୋର ସମୟ ଲୋଡିବା ସମ୍ପୂର୍ଣ୍ଣ ଭାବେ ଯଥାର୍ଥ ବୋଲି ସେ କହିଛନ୍ତି ।

ସେହିପରି ଚନ୍ଦ୍ରଶେଖରପୁରରେ ଜମି କିଣିବା ବିବାଦକୁ ନେଇ ମଧ୍ୟ ତାରା ଦତ୍ତ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ୨୨ ବର୍ଷ ପୂର୍ବେ ମୁଁ ରାଜ୍ୟରେ ବାସସ୍ଥାନ କିଣିବାକୁ ନିଷ୍ପତ୍ତି ନେଇଥିଲି ।  ଏଥିପାଇଁ ଉଚ୍ଛବ ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୬୭ ହଜାର ୫୫ ଟଙ୍କା ଦେଇ ୦.୧୦ ଏକର  ଜମି  କିଣିଥିଲି । ଜମିର ରାଇଟ୍, ଟାଇଟଲ୍ ଓ ପୋଜେସନ୍ ଯାଞ୍ଚ କଲା ପରେ ସେଲଡିଡ କରିଥିଲି । ମୁଁ ସେତେବେଳେ ଆଦିବାସୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ କାମ କରୁଥିଲି ।  କୌଣସି ଭାବେ ରାଜସ୍ୱ ବା ସାଧାରଣ ପ୍ରଶାସନ ବିଭାଗ ସହ ଜଡିତ ନ ଥିଲି । ଭୁବନେଶ୍ୱର ତହସିଲ ମ୍ୟୁଟେସନ୍ ପାଇଁ ଅନୁମତି ଦେବା ପରେ ୧୯୯୩ ଅଗଷ୍ଟରେ ମୋତେ ପଟ୍ଟା ମିଳିଥିଲା ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଆଇଇଏସ୍ ବନ୍ଦନା ଅଗ୍ରୱାଲଙ୍କୁ ମଧ୍ୟ ରାଜ୍ୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି। ତାଙ୍କ ସହିତ ତାରାଙ୍କର ସଂପର୍କ ରହିଛି ବୋଲି ଅଭିଯୋଗ ହୋଇଛି। ଏହି ମହିଳା ଅଫିସରଙ୍କୁ ସେ ଦୈନିକ ୨୫ରୁ ଅଧିକ କଲ୍ କରୁଥିଲେ ତଥା ଇ-ମେଲ୍ ମଧ୍ୟ କରୁଥିଲେ ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

Related story